ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ରାଜ୍ୟର ସବୁ ଜାଗାରେ ତିତଲିର ପ୍ରଭାବ ପଡିନଥିଲେ ମଧ୍ୟ ଗଞ୍ଜାମ ଏବଂ ଗଜପତି ଉପରେ ପଡିଥିଲା ଏହାର ପ୍ରଭାବ । ଏହି ପ୍ରଭାବରେ ଗଜପତି ଜିଲ୍ଳାରେ ୩୯ ଜଣଙ୍କ ମୃତ୍ୟୁ ହେବା ସହ ଗଞ୍ଜାମରେ ୧୨ ଜଣ ଓ କନ୍ଧମାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ମୃତ୍ୟୁକୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁରହିଛି ବୋଲି ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । କେବଳ ଏତିକି ନୁହେଁ ଏହାର ପ୍ରଭାବରେ ପ୍ରାୟ ୨୨ଶହ କୋଟି କ୍ଷତି ହୋଇଛି। ରାସ୍ତାଘାଟ କ୍ଷତିର ପରିମାଣ ୫୦୦ କୋଟି ଆକଳନ କରାଯାଇଛି। ବିଦ୍ୟୁତ୍ ବିଭାଗର ୧୩୩ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ଘର ନଷ୍ଟ ହୋଇ ୧୫୦ କୋଟି ଟଙ୍କା କ୍ଷତି ହୋଇଛି ।
ହୋଇଥିବା କ୍ଷୟ କ୍ଷୟ କ୍ଷତିର ଆନୁମାନିକ ଆକଳନ ପାଇଁ ବସିଥିବା ଏହି ସମୀକ୍ଷା ବୈାଠକରେ ୍ର ଇନପୁଟ ସବସିଡି ଅନୁସାରେ ହୋଇଥିବା ଫସଲ କ୍ଷତି ୨୩୩ କୋଟି କୋଟି ଟଙ୍କା ହୋଇଛି । କିନ୍ତୁ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଆଉ ଦୁଇଦିନ ଲାଗିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।