ରାଉରକେଲା (ଏଟିଆର ବ୍ୟୁରୋ); ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିନ୍ତୁ ନିଆଁ ଦେଖିବା ପରେ ଭୟଭିତ ହୋଇଯାଇଛନ୍ତି । ନିଆଁକୁ ଲଭିଇବା ସହ ନିଆଁ ଲାଗିଥିବା ବଗିଟି ଟ୍ରେନରୁ ଅଲଗା କରାଯାଇଛି । ରାଜଧାନୀ ଏକ୍ସପ୍ରେସ ରାଉରକେଲା ନିକଟରେ ଅଟକି ରହିଛି । ଭୁବନେଶ୍ୱରରେ ଏହି ଟ୍ରେନ ସନ୍ଧ୍ୟା ୮ଟାରେ ପହଁଞ୍ଚିବାର ଥିଲା । ମାତ୍ର କାମ ଚାଲୁଥିବାରୁ ବିଳମ୍ବରେ ପହଁଞ୍ଚିବ ବୋଲି ସୂଚନା ଦିଆଯାଇଛି ।
ରାଜଧାନୀ ଏକ୍ସପ୍ରେସ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ହଠାତ ରାଉରକେଲା ଷ୍ଟେସନ ଠାରୁ ୮ କିଲୋମିଟର ଦୂରରେ ନିଆଁ ଲାଗି ଯାଇଥିଲା । ଯାହାକୁ ଦେଖି ଭୟ କରି ଯାଇଥିଲେ ଯାତ୍ରୀ । ଏହା ପରେ ନିଆଁକୁ ଲିଭାଇଥିଲେ ରେଳ କର୍ମଚାରୀ । ଟ୍ରେନଟି ଧାରଣା ଉପରେ ଅଟକି ରହିଥିବାରୁ ଯାତ୍ରୀ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।