ରାଉରକେଲା(ଏଟିଆର ବ୍ୟୁରୋ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ପହଞ୍ଚିବେ । ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ୍ର ଭିତ୍ତି ପକାଇବା ସହ ପ୍ରାୟ ୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ । ଏଥିସହ ରାଉରକେଲା ସ୍ମାର୍ଟ ସିଟି ଓ ଅନ୍ୟ ପ୍ରକଳ୍ପ ପାଇଁ ପ୍ୟାକେଜ୍ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।
ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । ଜିଲ୍ଲାର ୧୭ ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ୧୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ୩୫୧କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କାର୍ୟ୍ୟକ୍ରମ ରହିଛି ।
ଏହି ମେଘା ଇଭେଣ୍ଟକୁ ସଫଳ କରିବା ପାଇଁ ଜିଲ୍ଲାରେ ୧୭ ମନ୍ତ୍ରୀ , ୭୦ ରୁ ଅଧିକ ବିଧାୟକ ଓ ଦଳର ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ବ୍ଲକରେ ମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପଂଚାୟତସ୍ତରରେ ବିଧାୟକ ଓ ନେତାମାନେ ତଦାରଖ କରୁଛନ୍ତି । ଅଧିକାଂଶ ପଂଚାୟତରେ ଖଋଊର ବ୍ୟବସ୍ଥା ବି କରାଯାଉଛି ।