ଭୁବନେଶ୍ୱର,୮ା୨(ବ୍ୟୁରୋ): ଛତୁ ଫୁଟିଲା ପରି ରାଜଧାନୀରେ ଖୋଲିଛି ଡ୍ୟାନ୍ସ ବାର । ହୋଟେଲରୁ ନେଇ ବାରରେ ଗ୍ରାହକଙ୍କୁ ନିଜ ଆଡକୁ ଟାଣିବା ଲାଗି ମାଲିକ ମାନେ ନଚାଉଛନ୍ତି ସୁନ୍ଦରୀ ତରୁଣୀଙ୍କୁ । ତାହାପୁଣି ରଙ୍ଗିନ୍ ଆଲୋକ ଭିତରେ । ତେବେ ଏସବୁକୁ ନେଇ ବହୁବାର ଅଘଟଣ ଘଟିଥିବାର ପୂର୍ବରୁ ନଜିର ମଧ୍ୟ ରହିଛି । ଯଦିଓ ପୁଲିସ କେତେକ କ୍ଷେତ୍ରରେ ଚଢ଼ାଉ କରି ଏସବୁକୁ ବନ୍ଦ କରିବାକୁ ଚେଷ୍ଟା କରିଛି କିନ୍ତୁ ତାହା ବେଶି ସମୟ ଲାଗି ନୁହେଁ ।
ଦିନେ ଦୁଇଦିନ ପରେ ପୁଣି ଚାଲିଛି ବେଫିକର୍ ଡ୍ୟାନ୍ସ । ବିନ୍ଦାସ ଟଙ୍କା ଉଡୁଛି ଆଉ ମ୍ୟୁଜିକ୍ ତାଳେ ତାଳେ ନାଚୁଛନ୍ତି ସୁନ୍ଦରୀ ତରୁଣୀ । ତେବେ ଏଟିଆର୍ ନ୍ୟୁଜ୍ ସର୍ଭେରେ ଆଉ ଏକ ବଡ଼ କଥା ସାମ୍ନାକୁ ଆସିଛି । କେବଳ ଡ୍ୟାନ୍ସରେ କଥା ସରୁନି ବରଂ ବାସ୍ତବରେ ଏଇଠୁ ହିଁ ହେଉଛି ଅସଲ ଡିଲ୍ । ଟଙ୍କା ଆଉ ନାଚ ଭିତରେ ଡିଲ୍ ହୋଇ ଏହି ସୁନ୍ଦରୀ ତରୁଣୀକୁ ସାଙ୍ଗରେ ନେଉଛନ୍ତି କାମୁକ ଗ୍ରାହକ । ଯାହାର ଗନ୍ଧବାସ୍ନା ବି ପୁଲିସ ପାଉନଥିବା ଲୋକେ କହୁଛନ୍ତି । ଏନେଇ ଗତ ୭ଦିନ ହେବ ଏଟିଆର୍ ଟିମ୍ ଆରମ୍ଭ କରିଥିଲା ଅନୁସନ୍ଧାନ । ତେବେ ଯାହା ଜଣାପଡିଲା ସେଥିରେ ଆମ ମୁଣ୍ଡ ବି ଚକ୍କର ଖାଇଗଲା । ଏହି ଡିଲ୍ ପୁଣି ବଡ଼ ବଡ଼ ପବ୍ ଡ୍ୟାନ୍ସରେ ହେଉଛି ।
ଏବେ ନଜର ପକାନ୍ତୁ କେଉଁଠି ହେଉଛି ଡିଲ୍
୧- ନୟାପଲ୍ଲୀ ଥାନା ଅଧିନରେ ଥିବା ଏହି ଡ୍ୟାନ୍ସ ବାରରେ ଅଧିକ ଡିଲ୍ ହେଉଛି । ମାତ୍ର ୪ହଜାର ଟଙ୍କାରେ ସୁନ୍ଦରୀ ତରୁଣୀ ଆପଣଙ୍କ ସହ ଯିବା ଲାଗି ସବୁ ଯୋଜନା କରୁଛନ୍ତି ଦଲାଲ୍ ।
୨- ଚନ୍ଦ୍ରଶେଖରପୁର ଅଞ୍ଚଳ କଥା ନକହିଲେ ଭଲ, ମାତାଲ ତରୁଣୀଙ୍କୁ ଏଠି ଦଲାଲ୍ ନୁହେଁ ଖୋଦ୍ ଆପଣ କିଛି ସମୟ ଡ୍ୟାନ୍ସ କ୍ଲବ ସାମ୍ନାରେ ଠିଆହେଲେ ସେମାନେ ନିଜଆଡୁ ଆପଣଙ୍କୁ ଅଫର ଦେବାର ସମ୍ଭାବନା ଅଧିକ । ଏଥିପାଇଁ ବି ଅଧିକ ନୁହେଁ ହାତରୁ ବାଜିପାରେ ୨ରୁ ଅଢ଼େଇ ହଜାର ଟଙ୍କା ।
୩- ଖାରବେଳନଗରରେ ଥିବା ୪ଟି ସ୍ଥାନରେ ବିନ୍ଦାସ ଚାଲିଛି ଏହି ଡିଲ୍ । ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ ଚାଲୁଥିବା ବେଳେ ହୋଟେଲ ମାଲିକ ପୁଲିସକୁ ଭକୁଆ ବନାଇବା ଲାଗି ମେନଗେଟରେ ତାଲା ଝୁଲାଉଛି । ଆଉ ଭିତରେ ଚାଲୁଛି ମହାଡିଲ ।
୪- କଟକ ରୋଡ୍ ବି କିଛି କମ୍ ନାହିଁ । ଲକ୍ଷ୍ମୀସାଗର ଓ ବଡଗଡ ଥାନା ପୁଲିସ ବି ଭକୁଆ ବନୁଛି ଏହି ଡ୍ୟାନ୍ସ ବାର୍ ଆଗରେ । ପୁଲିସ ସତରେ ଭକୁଆ ବନୁଛି କି’ କଣ’ ଜଣାନାହିଁ ବରଂ ଅଭିଯୋଗ ହେଉଛି ପୁଲିସ ଜାଣିଶୁଣି ହିଁ ଏହି ଡିଲ୍ କୁ ପରୋକ୍ଷରେ ସହଯୋଗ କରୁଛି । ଏଠି କିନ୍ତୁ ଗ୍ରାହକଙ୍କୁ ଚଢ଼ା ଦାମ୍ ରେ ବିଳମ୍ବିତ ରାତିରେ ସୁନ୍ଦରୀ ତରୁଣୀ ଯୋଗାଉଛନ୍ତି ଦଲାଲ୍ ।
୫- ମଞ୍ଚେଶ୍ୱର ଏକ ଛୋଟିଆ ହୋଟେଲ୍ ବି ଏଥିରେ ସାମିଲ୍ ହୋଇଯାଇଛି । ଏକ ରୁମ୍ ବୁକ୍ କରି ଦଲାଲ୍ ଝିଅମାନଙ୍କୁ ସେଠାରେ ରଖି ରାତି ଅଧରେ ଏହି ମହାନ ସେବା ଯୋଗାଇବାରେ ବ୍ୟସ୍ତ ।
୬- ଇନ୍ଫୋସିଟି ଅଞ୍ଚଳରେ ତ’ ଖୁଲମଖୁଲ୍ଲା ଏହି ଡିଲ୍ ହେଉଛି । ନିକଟରେ ଜଣେ ସଫ୍ଟୱେୟାର ଇଞ୍ଜିିନିୟର ଦଲାଲ୍ ହାବୁଡରେ ପଡି ସର୍ବସ୍ୱ ହରାଇବା ସହ ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ । ଲୋକଲଜ୍ଜା ଭୟରେ ଯଦିଓ ସେ ଚୁପ୍ ରହିଥିଲେ କିନ୍ତୁ ପରବର୍ତ୍ତି ସମୟରେ କଥା ହାଟରେ ପଡି ଦାଣ୍ଡରେ ଗଡିବା ପରେ ଏଭଳି ଘଟଣା ଲୋକ ଲୋଚନକୁ ଆସିଥିଲା
କେମିତି ପାଇବେ ଫାଇଦା
ଆପଣ ଡ୍ୟାନ୍ସବାର ଯାଇଛନ୍ତି କି’ । ତା ପୂର୍ବରୁ ଆପଣ କିଛି ଟଙ୍କା ବିଡା ପାଖରେ ରଖନ୍ତୁ । ବାସ୍ ଗିତ ଆଉ ନାଚ୍ ଆରମ୍ଭ ହୋଇଗଲେ ସେଥିରୁ ଆପଣ କାହାକୁ ଗୋଟେ ଟାର୍ଗେଟ କରନ୍ତୁ । ଟାର୍ଗେଟ ଶେଷ ହେଲେ ବାସ୍ ତା’ ପରେ ଆପଣ ସେହି ସୁନ୍ଦରୀ ତରୁଣୀଙ୍କ ଉପରେ ଟଙ୍କା ଲଗାନ୍ତୁ । ଏଥିପାଇଁ ଆପଣଙ୍କୁ ବେଶି କଷ୍ଟ କରିବାକୁ ପଡିବନି । ଆଖିଠାର ଦେଲେ ଉପସ୍ଥିତ ଥିବା ଦଲାଲ ଆପଣଙ୍କ ହାତରୁ ଟଙ୍କା ନେଇ ସେହି ସୁନ୍ଦରୀ ତରୁଣୀଙ୍କ ମୁଣ୍ଡରେ ବୁଲାଇ ଦେଇ ଆପଣଙ୍କୁ ଚିହ୍ନଟ କରିଦେବ । ଥରକୁ ଦିଥର ଏପରି କରି ଆପଣ ଦଲାଲଙ୍କ ଠାରୁ ଫାଇଦା ଉଠାଇ ପାରିବେ ।
କେବଳ ଏହି ସବୁ ସ୍ଥାନରେ ନୁହେଁ ବରଂ ରାଜଧାନୀର ପ୍ରତ୍ୟେକ ସ୍ଥାନରେ ଏପରି କାରବାର୍ ଚାଲିଛି । ତେବେ ଡ୍ୟାନ୍ସବାର୍ରେ ଡିଲ୍ ଘଟଣା ପୂରା ଯୁବ ସମାଜକୁ ଅନ୍ଧାର ଆଡକୁ ଠେଲି ଦେଉଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତୁରନ୍ତ ପୁଲିସ ଏଥିପ୍ରତି ନିଜଆଡୁ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।