ମୁମ୍ବାଇ (ଏଟିଆର ବ୍ୟୁରୋ): ମିସ୍ ୱାର୍ଲଡ ହେବା ପରେ ପ୍ରାୟତଃ ମାନୁଷୀ ଛିଲର ତାଙ୍କ ହଟ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସୁଛନ୍ତି । ଏବେ ମାନୁଷୀ କାନ୍ସରେ ଥିବାର କିଛି ଫଟୋ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ ସେ ବହୁତ ସୁନ୍ଦର ଓ ଷ୍ଟନିଙ୍ଗ ଦିଶୁଛନ୍ତି । ଯାହାକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରିଛନ୍ତି ।
କାନ୍ସର ଏକ ଇଭେଣ୍ଟରେ ମାନୁଷୀ ସାମିଲ ହୋଇଥିଲେ । ସେଠାରେ ସେ ଏକ ଅଫ ସୋଲଡରର କ୍ରିମ୍ ରଙ୍ଗର ଗାଉନ୍ ପିନ୍ଧି ପହଞ୍ଚିଥିଲେ । ଏହି ଗାଉନରେ ସେ ଏକଦମ୍ ରାଣୀ ଭଳି ଦେଖାଯାଉଥିଲେ । ମାନୁଷୀଙ୍କ ଏହି ଅନ୍ଦାଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅନ୍ୟପଟରେ ମାନୁଷୀଙ୍କ ଶାଢୀ ପିନ୍ଧା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛାଇ ଯାଇଛି । ସେ ଏଥିରେ କଳା ରଙ୍ଗର ଶାଢୀ ପିନ୍ଧିବା ସହ ଲାଲ ରଙ୍ଗର ଏକ ଷ୍ଟ୍ରାପଲେସ୍ କୋରେସେଟ ଟପ ପିନ୍ଧିଛନ୍ତି । ଏହି ଲୁକ୍ ରେ ସେ ପୂରା ଗ୍ଲାମରସ ଲାଗୁଛନ୍ତି ।