ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଯେକୌଣସି ଧାର୍ମିକ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ଗଣେଶ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ବିଘ୍ନହର୍ତା ତାଙ୍କ ଭକ୍ତଙ୍କର ବାଧା ବିଘ୍ନ, ସଙ୍କଟ, ରୋଗାଦୋଷ ତଥା ତାରିଦ୍ର୍ୟକୁ ଦୂର କରିଥାନ୍ତି । ସେହି ଭଳି ଶତୃ ଅନୁଯାୟୀ ଗଣେଶ ଭଗବାନଙ୍କ ବିଶେଷ ପୂଜାର ଦିନ ବୁଧବାର ହୋଇଥାଏ । ଏହିଦିନ ହୃଦୟରୁ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତିନୋଟି ମନ୍ତ୍ର ବିଷୟରେ ଯାହାକୁ ଏହିଦିନ ଜପ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ।
– ଓଁ ଗ୍ଲୌମ ଗୌରୀ ପୁତ୍ର, ବକ୍ରତୁଣ୍ଡ,ଗଣପତି ଗୁରୁ ଗଣେଶ ।
ଗ୍ଲୌମ ଗଣପତି, ତ୍ରିଦିଧ ପତି । ମେରେ ଦୂର କରୋ କ୍ଲେଶ । ।
ପ୍ରତ୍ୟେକ ଦିନ ସକାଳୁ ମହାଦେବ, ପାର୍ବତୀ ଏବଂ ଗଣେଶଙ୍କ ପୂଜା ପରେ ଏହି ମନ୍ତ୍ରକୁ ୧୦୮ ଥର ଜପିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ।
– ଓଁ ନମୋ ଗଣପତୟେ କୁବେର ୟେକାଦ୍ରିକୋ ଫଟ୍ ସ୍ୱାହା ।
ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନ ବୃଦ୍ଧି ହେବା ସହ ଭାଗ୍ୟ ଚମକି ଉଠେ ।
– ଓଁ ଏକଦନ୍ତାୟ ବିଘ୍ନୟେ ବକ୍ରତୁଣ୍ଡାୟ ଧିମହୀ ତନୋ ବୃଦ୍ଧି ପ୍ରଚୋଦୟାତ । ।
ପ୍ରତ୍ୟେକ ଦିନ ଶାନ୍ତି ମନରେ ଏହି ମନ୍ତ୍ରକୁ ୧୦୮ ଥର ଜ ପିବା ଦ୍ୱାରା ଗଣେଶ ମହାପ୍ରଭୁଙ୍କ କୃପା ଲାଭ ହୋଇଥାଏ ।