ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଉଡି ମା’ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ । ଯଦି ଆପଣ କଉଡିକୁ ଆପଣଙ୍କ ପର୍ସରେ ରଖୁଛନ୍ତି ତେବେ ବହୁତ ଶୀଘ୍ର ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ସେଥିପାଇଁ କଉଡିକୁ ପର୍ସରେ ରଖିବା ପୂର୍ବରୁ ବିଧିବିଧାନ ସହିତ ଉପାୟ କରିବା ଉଚିତ୍ ।
କୌଣସି ଶୁଭ ମୁହୁର୍ତ୍ତରେ ବଜାରରୁ ଦୁଇଟି ହଳଦିଆ କଉଡି ଆଣନ୍ତୁ । ଏହାପରେ କୌଣସି ବିଶେଷ ଦିନ ସକାଳୁ ଉଠି ସ୍ନାନ ସାରି ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସ୍ତୁତ କରନ୍ତୁ । ପୂଜା କରିବା ସମୟରେ ମା ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ । ମୂର୍ତ୍ତି ସହିତ ଦୁଇଟି ହଳଦିଆ କଉଡି ବି ରଖନ୍ତୁ । ପୁଣି ବିଧି ବିଧାନ ସହିତ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ପୂଜା ସରିବା ପରେ ଦୁଇଟି କଉଡିକୁ ଅଲଗା ଅଲଗା କରି ଲାଲ କପଡାରେ ବାନ୍ଧି ଦିଅନ୍ତୁ । ଗୋଟେ କଉଡି ଆପଣଙ୍କ ଆଲମିରାରେ ରଖନ୍ତୁ ଏବଂ ଆଉ ଗୋଟେ କଉଡିକୁ ଆପଣଙ୍କ ପର୍ସରେ ରଖନ୍ତୁ ।
ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତି କଉଡି ଧାରଣ କରୁଛନ୍ତି କିମ୍ବା ନିଜ ପାଖରେ ରଖୁଛନ୍ତି ତେବେ ତାଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ । ଏହାସହିତ ସେହି ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ସମେତ ସମସ୍ତ ଦେବା-ଦେବୀଙ୍କ କୃପା ରହିଥାଏ । ଏହାବ୍ୟତିତ ଯଦି କୌଣସି ବ୍ୟକ୍ତି ରାସ୍ତାରୁ କଉଡି ଟିଏ ପାଉଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ ।