ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ କଟକଣା ଜାରି କଲେ ସୁପ୍ରିମ କୋର୍ଟ । ଯେଉଁ ପ୍ରତିନିଧି ଦୁଇରୁ ଅଧିକ ଛୁଆ ଥିବେ ସେ ନିର୍ବାଚନ ଲଢ଼ିପାରିବେ ନାହିଁ । ଯଦି ବି କେହି ପଦବୀରେ ଥିବା ସମୟରେ ତୃତୀୟ ସନ୍ତାନ ଜନ୍ମ ଦିଅନ୍ତି ତେବେ ସେ ସେହି ପଦବୀ ଛାଡିବେ ବୋଲି ରାୟ ଦେଇଛି ସୁପ୍ରିମ କୋର୍ଟ ।
ଦେଶର ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଜେପ.ଟିଡିପି,ଶିବସେନା ଏବଂ ଅନ୍ୟ ଦଳର ୧୨୫ ଜଣ ସାଂସଦ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଯେଉଁ ପିତାମାତା ତୃତୀୟ ଜନ୍ମ ଦିଅନ୍ତି ସେମାନେ କୈାଣସି ସରକାରୀ ଚାକିରୀରେ କରିପାରିବେ ନାହିଁ ଏବଂ ସେମାନଙ୍କଠାରୁ ମତଦାନ କରିବାର ଅଧିକାର ମଧ୍ୟ ଛଡାଇ ନିଆଯୀବ ଏବଂ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କାରଯାଉ ବୋଲି ସାଂସଦମାନେ ଦେଇଥିବା ସ୍ମାରକପତ୍ରରେ ସ୍ପଷ୍ଠ ଲେଖାଥିଲା ।
ତିନୋଟି ସନ୍ତାନଥିବା ଓଡିଶାର ଜଣେ ଆଦିବାସୀ ସରପଞ୍ଚଙ୍କ ବିରୋଧରେ ହୋଇଥିବା ଏକ ଅଭିଯୋଗର ଶୁଣାଣୀ ବେଳେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଏସ୍.କେ. କୌଲ ଓ କେ.ଏମ. ଜୋସେଫଏଭଳି ରାୟ ଶୁଣାଇଛନ୍ତି । ସରପଞ୍ଚ ଜଣଙ୍କ ନିଜର ତୃତୀୟ ସନ୍ତାନକୁ ପୋଷ୍ୟପୁତ୍ର ଭାବେ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି ବିଚାରପତିମାନେ ।