ବାଲେଶ୍ୱର (ଏଟିଆର ବ୍ୟୁରୋ) ; ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ଜଡିଦା ପଞ୍ଚାୟତ ପେଡାସୁଲ ନିକଟ ଦେଇ ସିଆଡିମାଳ ଯାଇଥିବା ରାସ୍ତାକଡରେ ଏକ ଅଣଓଡିଆ ଯୁବତୀ ଉଲଗ୍ନ ଅବସ୍ଥାରେ ପଡିରହିଥିବା ଜଣେ ବ୍ୟକ୍ତି ଦେଖିଥିଲେ । ପରେ ଏହି ବ୍ୟକ୍ତି ଯୁବତୀଙ୍କ ପାଇଁ ଲଜ୍ୟା ନିବାରଣ ପାଇଁ ପୋଷାକ ଆଣିଦେଇଥିଲେ । ପୋଷାକ ପିନ୍ଧିବା ପରେ ଯୁବତୀ ଜଣକ ରାସ୍ତା କଡରେ ଗୁମସୁମ ହୋଇ ବସିରହିଥିଲେ ।
ସୂଚନା ମୁତାବକ ଯୁବତୀ ଜଣକ ପୂଜା ସମୟରେ ପରିବାରରେ ଅଶାନ୍ତି ଘଟିବାର ଘରଛାଡି ପଳେଇ ଆସିଛନ୍ତି । ଯୁବତୀ ଜଣଙ୍କ ହେଲେ ରାଞ୍ଚି ଅଞ୍ଚଳର ସୁସ୍ମିତା । ଯୁବତୀ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିବା ଜଣାପଡିଛି । କେହି ବୋଧ ଏହାର ଫାଇଦା ଉଠାଇ ଯୁବତୀଙ୍କ ସହ ଏଭଳି ଅଘଟଣ ଘଟାଇଥିବା ଅନୁମାନ କରାଯାଇଛି । କିନ୍ତୁ କିଏ ଏଭଳି ଅଘଟଣ ଘଟାଇଛଇ ତାହା ଏବେ ସୁଦ୍ଧା ଜଣାପଡିନାହିଁ । ତେବେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ ମଧ୍ୟ ପୋଲିସ ଏବଂ ପ୍ରଶାସନ ତରଫରୁ କୈାଣସି ବ୍ୟବସ୍ଥା କରାଯାଇନାହିଁ ।