କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): କେନ୍ଦ୍ରାପଡାରେ ବିଜେପି ପକ୍ଷରୁ ଆୟୋଜିତ ଏକ ଦଳୀୟ ସଭାରେ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଓଡିଆ ସିନେ ଅଭିନେତା ବାବୁସାନ ମହାନ୍ତି ପ୍ରଚାର କରିଛନ୍ତିି । କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ସିନେତାରକା ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇିଥିବା ବେଳ ତାଙ୍କୁ ଟକ୍କର ଦେବା ପାଇଁ ସିନେ ପ୍ରତିଦ୍ୱନ୍ଦୀ ବାବୁସାନ ମୈଦାନକୁ ଓହ୍ଲାଇଥିବା ସାଧାରଣରେ ଚର୍ଚ୍ଚା ଜୋରଧରିଛିି ।
ଆଜି ଅନୁଷ୍ଠିିତ ହୋଇଥିବା ଏକ ସଭାରେ ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସହିତ ବାବୁସାନ୍ଙ୍କୁ ମଞ୍ଚରେ ଦେଖିବାକୁ ମିଳିଥିଲା । ସିନେମାରେ ବାବୁସାନ ଓ ଅନୁଭବ ପରସ୍ପର ପ୍ରତିଦ୍ୱନ୍ଦୀ ହୋଇଥିବା ବେଳେ ରାଜନୀତିରେ ବି ପରସ୍ପରର ବିରୋଧୀ ବୋଲି ଆଲୋଚନା ହେଉଛି । ଅବଶ୍ୟ ବାବୁସାନ ବିଜେପିରେ ଥିବା ମା ଅପରାଜିତାଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ଯେହେତୁ ବିଜେଡିରୁ ଅନୁଭବ ନିଜେ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପ୍ରଚାରରେ ବ୍ରେକ୍ ଲଗାଇବା ପାଇଁ ବିଜେପି ବାବୁସାନଙ୍କୁ ଅସ୍ତ୍ର କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।