କଟକ (ଏଟିଆର ବ୍ୟୁରୋ) ; ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଲା । କଟକ ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ଭରତପୁର ଗାଁରେ ଜଣେ ପଞ୍ଚମ ଶ୍ରେଣୀ ନାବାଳିକାକୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଦୁଷ୍କର୍ମ ହୋଇଥିବା ଝିଅର ପରିବାର ଥାନାରେ ଏତଲା ଦେବା ପରେ ଗାଁ ଲୋକ ପରିବାରକୁ ବାସନ୍ଦ କରିଛନ୍ତି । ସୂଚନା ମୁତାବକ ପ୍ରଥମେ ଗ୍ରାମବାସୀ ନାବାଳିକାର ପରିବାରକୁ କ୍ଷତିପୂରଣ ପାଇଁ ମାତ୍ର ୫ ହଜାର ଟଙ୍କା ସହ ଗୋଟିଏ ଛେଳି ଦେବାକୁ କହିଥିଲେ । ତେବେ ଏହି ପସ୍ତାବକୁ ପ୍ରତ୍ୟାଖାନ କରିବାରୁ ଗାଁରୁ ପରିବାରକୁ ବାସନ୍ଦ କରିଛନ୍ତି ଗ୍ରାମବାସୀ ।
ଗତ ୧୯ ତାରିଖରେ ନାବାଳିକାକୁ ଗନ ବେଙ୍ଗରା ନାମକ ଜଣେ ଯୁବକ ଜଙ୍ଗଲ ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ୨୦ ତାରିଖ ଦିନ ଜଙ୍ଗଲାରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ତେବେ ଥାନାରେ ଏତଲା ଦେବା ପରେ ଏତଲା ପ୍ରତ୍ୟାହାର କରିବା ପାଇଁ ପରିବାରକୁ ପ୍ରସ୍ତାବ ଦେଇଥିଲେ ଗାଁ ଲୋକ । ପୋଲିସ ଏହି ଖବର ପାଇବା ପରେ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ଏଥି ସହ ବେଙ୍ଗରାକୁ ଏବଂ ଗାଁ ଲୋକଙ୍କ ଥାନାକୁ ନେଇ ପଚରା ଉଚରା ମଧ୍ୟ କରିଛି ।