ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ପୁଣି ବଙ୍ଗୋପ ସାଗରରେ ଘୁର୍ଣ୍ଣିବଳୟ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆଶଙ୍କା । ଏପରି ଅନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଏହା ଧିରେ ଧିରେ ଲଘୁଚାପର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ କହିଛି । ତେବେ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବର୍ଷା ଆସନ୍ତା ୩୦ ତାରିଖ ଯାଏଁ ଲାଗ୍ିରହିବ ବୋଲି ଅନୁମାନ ମଧ୍ୟ କରାଯାଇଛି ।
ସେପଟେ ବିଶେଷକରି ଜଗତସିଂହପୁର ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡିବ । ସେହିପରି ଉପକୂଳ ଓଡିଶାରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହେବ ପାଣିପାଗ ବିଭାଗ କହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଗର୍ଭକୁ ଯିବାପାଇଁ ପାଣିପାଗ ବିଭାଗ ବାରଣ କରିଛି ।
ଗତ କିଛିଦିନ ପୂର୍ବରୁ ବାତ୍ୟା ତିତଲି ଓଡିଶାର ଗଞ୍ଜାମ ଓ ଗଜପତିରେ ତାଣ୍ଡବ ରଚିଥିଲା । ବାତ୍ୟା ପରେ ପରେ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ବର୍ଷା ପ୍ରଭାବରେ ବନ୍ୟା ଆସି ବହୁ କ୍ଷୟକ୍ଷତି ଘଟାଇଥିଲା । ବହୁ ଚାଷ ଜମି ନଷ୍ଟ ହେବା ସମେତ ରାସ୍ତା ଘାଟରେ ମଧ୍ୟ ବହୁ କ୍ଷତି ପହଞ୍ଚାଇଥିଲା । ତେବେ ପୁଣି ବର୍ଷା ସମ୍ବାବନା ଥିବାରୁ ଚାଷକାମ ଉପରେ ଏହା ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।