ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଦିନା ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣକାରୀ । ପୁଦିନାରେ ଅନେକ ଔଷଧୀୟ ଗୁଣ ରହିଛି । ସେଥିପାଇଁ ଏହାକୁ ସେବନ କଲେ ଆପଣ ବିଭିନ୍ନ ରୋଗରୁ ରକ୍ଷା ପାଇ ପାରିବେ । ଏଥିରେ ଭିଟାମିନ୍ ଏ ଭରପୁର ମାତ୍ରାରେ ଥିବା ହେତୁ ଏହା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ପୁଦିନା ତ୍ୱଚାର ସୌନ୍ଦର୍ଯ୍ୟତାକୁ ବୃଦ୍ଧି କରିବାରେ ମଧ୍ୟ ସହାୟକ । ଏହି ଗଛକୁ ଆପଣ ଘରେ ଲଗାଇ ପାରିବେ ।
– ପୁଦିନା ଦ୍ୱାରା ଥଣ୍ଡା , କାଶ ଏବଂ କଫ ଆଦିରୁ ଆରାମ ମିଳିଥାଏ ।
– ପୁଦିନା ଓ ତୁଳସୀ ପତ୍ର ମିଶାଇ କାଢା ବନେଇ ପିଇବା ଦ୍ୱାରା ଜ୍ୱର ଛାଡି ଯାଇଥାଏ ।
– ଯଦି ଶରୀର କୁଣ୍ଡେଇ ହୋଇ ଦାଗ ହୋଇ ଯାଉଛି, ତେବେ ସେହି ଦାଗ ସ୍ଥାନରେ ପୁଦିନା ଲେପ ଲଗାନ୍ତୁ ।
– ପୁଦିନା ଲେପ ମଥାରେ ଲଗେଇବା ଦ୍ୱାରା ମୁଣ୍ଡ ବ୍ୟଥାରୁ ଆରାମ ମିଳିଥାଏ ।
– ପୁଦିନା,ତଳୁସୀ,ଅଦା ଓ ଗୋଲମରିଚ ମିଶାଇ ଏକ କାଢା ପ୍ରସ୍ତୁତ କରନ୍ତୁ । ପେଟ ଗ୍ୟାସ ହେଲେ ଏହି କାଢାକୁ ପିଅନ୍ତୁ । ଏହାକୁ ସେବନ କରିବା ଦ୍ୱାରା ମୂଳରୁ ଗ୍ୟାସ ସମସ୍ୟା ଦୂର ହୋଇଥାଏ ।
– ପୁଦିନା ପତ୍ର ଚୂର୍ଣ୍ଣକୁ ମିଶିର ସହ ମିଶାଇ ଖାଇବା ଦ୍ୱାରା ପେଟ ଦରଜରୁ ଆରାମ ମିଳିଥାଏ ।