ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜିକାଲି ସାଧାରଣତଃ ଆମେ ଟିକେ କ’ଣ ହେଲେ ଆଣ୍ଟିବାୟୋଟିକର ବ୍ୟବହାର କରିଥାଉ । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ରିପୋର୍ଟ ଅନୁସାରେ ବର୍ତ୍ତମାନ ଅଧିକାଂଶ ଭାରତୀୟଙ୍କ ଉପରେ ଆଣ୍ଟିବାୟୋଟିକ ର କୌଣସି ପ୍ରଭାବ ପଡୁନାହିଁ । ଯାହା ଏବେ ସାରା ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯାହାର ପ୍ରମୁଖ କାରଣ ହେଉଛି ଶରୀରରେ ଅଧିକ ମାତ୍ରାରେ ବିଭିନ୍ନ ପ୍ରକାରର ଆଣ୍ଟିବାୟାଟିକର ବ୍ୟବହାର ହେବା ଫଳରେ ଏମିତି ସମସ୍ୟା ଉପୁଜିଛି ।
୨୦୭ ଜଣ ଭାରତୀୟଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ୧ ମାସ କାଳ କୌଣସି ଲୋକଙ୍କୁ ଆଣ୍ଟିବାୟୋଟିକ ବ୍ୟବହାର କରିବାକୁ ଦିଆଯାଇ ନଥିଲା । ଏହି ପରୀକ୍ଷାରୁ ଜଣା ପଡିଲା ସେଥିମଧ୍ୟରୁ ୧୩୯ ଜଣଙ୍କ ଉପରେ ଆଣ୍ଟିବାୟୋଟିକ ନ ଖାଇବାର କୌଣସି ପ୍ରଭାବ ପଡିଲା ନାହିଁ । ସେହିପରି ଅନ୍ୟମାନଙ୍କ ଉପରେ ଏକରୁ ଅଧିକ ଆଣ୍ଟିବାୟୋଟିକ ବି କାମ କଲା ନାହିଁ । ତେବେ ଏହି ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି ଯେ ବ ହୁତ କମ ଲୋକ ରହିଛନ୍ତି ଯେଉଁମାନଙ୍କ ଉପରେ ଆଣ୍ଟିବାୟୋଟିକ ଉପଯୁ୍କ୍ତ ପ୍ରଭାବ ପକାଇଥାଏ ।
ସେହିଭଳି ଯଦି ଆର୍ଟିବୟୋଟିକ ଶରୀରରେ ଠିକ କାମ ନକରିବ ବଡବଡ ରୋଗ ହେଲେ ରୋଗର ଚିକିତ୍ସା ପାଇଁ ଏହା ରୋଗୀକୁ ବହୁତ ଅସୁବିଧାରେ ପକାଇ ପାରେ । ଏହାର ପ୍ରମୁଖ କାରଣ ହେଉଛି ଛୋଟ ଛୋଟ ବେମାରିରେ ଆମେ ବ୍ୟବହାର କରୁଥିବା ଆଣ୍ଟିବାୟୋଟିକ । ଆମ ଶରୀରରେ ଅଧିକ ଆଣ୍ଟିବାୟୋଟିକ ବ୍ୟବହାର ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ।