ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସ୍ଥାନୀୟ ରେଲୱେ ଷ୍ଟାଡିୟମ ନିକଟରେ ରନ ଫର ୟୁନିଟି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବର୍ଗର ଲୋକ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ଏହି ଲୋକମାନଙ୍କୁ ଉତ୍ସାହ ଦେବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଆଜି ସକାଳରେ ରେଲୱେ ଷ୍ଟାଡିୟମ ଠାରୁ ବାହାରି ନାଲକୋ ଛକ ଦେଇ ରେଲୱେ ଅଡିଟୋରିୟମରେ ପହଁଞ୍ଚି ଥିଲେ ।
ଅଡିଟୋରିୟମରେ ପହଁଞ୍ଚିବା ପରେ ଏକ ବିଶାଳ ସଭାର ଆୟୋଜନ ହୋଇଥିଲା । ସଭାରେ ହଜାର ହଜାର ସଂଖ୍ୟାରେ ଲୋକ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସଭାରେ ଉପସ୍ଥିତ ଥିବା ଅତିଥୀମାନେ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ସରଳତା,ସାହସିକତା,ଉତ୍ସର୍ଗ ପଣ ସର୍ମ୍ପକରେ କହିଥିଲେ । ମୁଖ୍ୟତଃ ଭାରତ ଛାଡ ଆନ୍ଦୋଳନ ଏବଂ ବ୍ରିଟିସ ମାନଙ୍କୁ ଦେଶରୁ ଛାଡିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ଏ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଆଜି ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ମୂର୍ତ୍ତୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।