ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଣିକି ଓଡିଶାରେ ହେବ ଜେଇ ପରୀକ୍ଷା । ଚଳିତ ବର୍ଷଠାରୁ ଜେଇ ପରୀକ୍ଷା ପ୍ରଶ୍ନପତ୍ର ବୁଭିନ୍ନ ଭାରତୀୟ ଭାଷା ସମେତ ଓଡିଆ ଭାଷାରେ ହେବ । ଏନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଡିସେମ୍ବର ୧୬ତାରିଖରେ ଜେଇ ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ପ୍ରଥମ ପର୍ଯ୍ୟୟ ଆସନ୍ତା ୨୩ ରୁ ୨୬ ତାରିଖ ହେବାକୁ ଥିବା ବେଳେ ଏହା ମୋଟ ୧୩ ଟି ଭାଷାରେ ଅନୁଷ୍ଠିତ ହେବ । ଏହି ଭାଷା ଗୁଡିକ ମଧ୍ୟରେ ଇଂରାଜୀ , ହିନ୍ଦୀ , ଓଡିଆ , ତାମିଲ , ତେଲୁଗୁ , ଗୁଜୁରାଟ , ଏବଂ କନ୍ନଡ ଭାଷାରେ ରହିଛି ।
ପ୍ରଶ୍ନପତ୍ରରେ ୯୦ ଟି ପ୍ରଶ୍ନ ରହିବ । ଯେଉଁଥିରେ କେବଳ ୭୫ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଏବଂ ଏହା ସହ ୧୫ ଟି ବକଳ୍ପ ରହିବ ।ବିକଳ୍ପ ପ୍ରଶ୍ନଗୁଡିକରେ ନକାରାତ୍ମକ ମାକିଂ ରହିବ ନାହିଁ ।