ବାରିପଦା (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପିକନିକ୍ ସିଜିନ୍ । ପର୍ଯ୍ୟଟକମାନେ ତାଙ୍କ ମନପସନ୍ଦର ପିକନିକ୍ ସ୍ପଟ୍ ବୁଲିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ପ୍ରଥମ ଦିନରେ ବାରିପଦା ପିଠାବଟା ଗେଟ୍ ଓ ଜଶିପୁର କାଳିଆମି ଗେଟ୍ ମଧ୍ୟ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତକରକୁ ପ୍ରବେଶ କରିଛନ୍ତି । ଏହାସହିତ ପ୍ରତ୍ୟେକ ଦିନ ଏହି ଦୁଇଟି ବାଟ ଦେଇ ସର୍ବମୋଟ ୬୦ ଟି ଗାଡି ଯାଇ ପାରିବ ବୋଲି ଅଭୟାରଣ୍ୟର କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟରେ ବଣଭୋଜି,ନିଷାଦ୍ରବ୍ୟ ସେବନ ଓ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏଠାରେ ପର୍ଯ୍ୟଟକମାନେ ବିଭିନ୍ନ ପ୍ରକାରର ବନ୍ୟ ଜନ୍ତୁଙ୍କୁ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ପାରିବେ ।