ନୂଆଦିଲ୍ଲୀ (ଏଲିଆର ବ୍ୟୁରୋ ) ; ବଢିଲା ଏଲପିଜି ସିଲିଣ୍ଡରର ଦାମ । ଆଗକୁ ଦୀପାବଳି ଆସୁଥିବାବେଳେ ଏହା ପୂର୍ବରୁ ଲିକ୍ୱିଡ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡରର ମୁଲ୍ୟ ବଢିଛି । ଏହି ବର୍ଦ୍ଧିତ ମୁଲ୍ୟ ବୁଧବାର ମଧ୍ୟରାତ୍ରୀରୁ ଲା୍ଗୁ କରାଯାଇଛି । ଏଥିରେ ସବସିଡି ଓ ଅଣସବସିଡି ଏଲପିଜି ଦର ମଧ୍ୟ ବୃଦ୍ଧି କରାଯାଇଛି ।
ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡରରେ ୨ ଟଙ୍କା ୯୪ ପଇସା ବଢିଥିବା ବେଳେ ଅଣସବସିଡି ସିଲିଣ୍ଡରର ଦର ୬୦ ଟଙ୍କା ବୃଦ୍ଧିପାଇଛି । ତେବେ ଗତ ଜୁନ ମାସ ଠାରୁ ଏଲପିଜି ଗ୍ୟାସ ସିଲିଣ୍ଡରରେ ୬ ଥର ବୃଦ୍ଧିକରାଯାଇସାରିଲାଣି । ଏଣିକି ଗ୍ରାହକ ମାନଙ୍କୁ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ପାଇଁ ୫୦୫ ଟଙ୍କା ୩୪ ପଇସା ଦେବାକୁ ପଡିବ ।
ସେହିପରି ଅଣସବସିଡି ଗ୍ୟାସ ସିଲିଣ୍ଡର ପାଇଁ ୮୮୦ ଟଙ୍କା ଦେବାକୁ ପଡିବ । ଏଭଳି ସୂଚନା ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଦିଆଯାଇଛି । ଏଥିରେ ଟିକସ ଅଭାବରୁ ମୁଲ୍ୟ ବୃଦ୍ଧି କରାଯାଇଥିବା କୁହାଯାଇଛି । ସେପଟେ ଗତ ଜୁନ ସାସ ପରଠାରୁ ମୋଟ ୬ ଥର ସିଲିଣ୍ଡର ମୁଲ୍ୟରେ ୧୪.୧୩ ଟଙ୍କା ବୃଦ୍ଧି କରାଯାଇଥିବା ଜଣାପଡିଛି ।