ଗଞ୍ଜାମ (ଏଟିଆର ବ୍ୟୁରୋ) ; ଦୁଇ ଜଣ ଯୁବକଙ୍କୁ ଛୁରାମାରି ଚାଲିଗଲେ ୩ ଜଣ ଦୁର୍ବୃତ୍ତ । ଆକ୍ରମଣରେ ଗୁରୁତର ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଳା କବିସୂର୍ଯ୍ୟ ନଗର ମର୍ଦ୍ଦରାଜ ହାଇସ୍କୁଲ ଛକରେ । ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ତିନି ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ ଦୁଇ ଯୁବକଙ୍କୁ । ଆକ୍ରମଣ ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଆହତ ହେଇଥିବା ଯୁବକ ମାନଙ୍କୁ ପ୍ରଥମେ କବିସୂର୍ଯ୍ୟ ନଗର ମେଡିକାଲକୁ ନିଆଯାଇଥିଲା ମାତ୍ର ଶରୀରରେ ଗଭୀର କ୍ଷତ ବିକ୍ଷତ ଥିଲା ଏଣୁ ସେଠାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ଛୁରାମାଡ ହୋଇଥିବା ସୂଚନା ମିଳିଛି । ଠିକାକାମ ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଏଣୁ ଆଜି ହାଇସ୍କୁଲ ଛକରେ ଛୁରାମାଡ କରି ଫେରାର ହୋଇଯାଇଛନ୍ତି । ଏହି ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଫେରାର ଦୁର୍ବୃତ୍ତକୁ ଧରିବା ପାଇଁ ସବୁଆଡେ ଜାଲ ବିଛେଇ ଦେଇଛି ପୋଲିସ । ଏଣୁ ଯଥାଶୀଘ୍ର ଏମାନେ ଧରାପଡିବେ ବୋଲି ପୋଲିସ ସୂଚନା ଦେଇଛି ।