ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୬ ତାରିଖ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟରେ ପହଁଞ୍ଚିବ ‘କାଳିଆ’ ଯୋଜନା ଟଙ୍କା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧୨ ଲକ୍ଷ ୪୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିବା ସୂଚନା ମିଳିଛି । ତେବେ ୧୫ ତାରିଖ ପରେ ଆଉ ହିତାଧିକାରୀଙ୍କ ଫର୍ମ ବାକି ଆକାଉଣ୍ଟକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।
ରାଜ୍ୟ ସରକାର ଗତ ମାସ ୩୧ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିରେ ରାଜ୍ୟର ସମସ୍ତ ଚାଷୀ ଏବଂ ଭାଗ ଚାଷୀଙ୍କୁ ସାମିଲ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ସମସ୍ତ ଚାଷୀଙ୍କ ପାଇଁ ବିନା ସୁଧରେ ସରକାର ଋଣ ଯୋଗାଇ ଦେବେ ଏହି ଯୋଜନା ମାଧ୍ୟମରେ । ଏଣୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଶେଷ ତାରିଖ ଥିଲା ଜାନୁଆରୀ ୧୦ ତାରିଖ । ତେବେ ଅଧିକ ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରୁ ସରକାର ୧୫ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ବୃଦ୍ଧି କରି ଦେଇଛନ୍ତି । ସେପଟେ ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଜାନୁଆରୀ ୨୫ ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ସୁଚନା ଦେଇଥିଲେ ।