ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଅକ୍ଟୋବର ମାସରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟପିଲା । ଦେଶରେ ଜିଏସଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ଗତ ଅକ୍ଟୋବରରେ ମାତ୍ର ୬୭ ଲକ୍ଷ ୪୫ ହଜାର ବ୍ୟବସାୟୀ ଜିଏସଟି ରିଟର୍ଣ୍ଣ ଦାଖଲ କରିଥିବା ବେଳେ ଏକାର ଆଦାୟର ମୁଲ୍ୟ ୧ ଲକ୍ଷ କୋଟି ରେ ପହଞ୍ଚିଥିବା ଅର୍ଥମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ଗତ ଆକ୍ଟୋବରରେ ମୋଟ ୧ ଲକ୍ଷ ୭୧୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ଆକ୍ଟୋବର ମାସରେ ପୂଜା ପାର୍ବଣ ଋତୁ ଥିବାରୁ ଜିଏସଟି ଆଦାୟରେ ବୃଦ୍ଧି ଘଟିଛିି । ଏହାସହ ଜିଏସଟି ଠକେଇ ବିରୋଧରେ ପଦକ୍ଷେପ ନିଆଯିବା କାରଣରୁ ଆଦାୟରେ ଏହା ସହାୟକ ହୋଇଛି ବୋଲି ଅନୁମାନ କରାଯାଉଛି । ତେବେ ପୂର୍ବରୁ ଗତ ଏପ୍ରିଲ ମାସରେ ପ୍ରଥମ ଥର ଲାଗି ଜିଏସଟି ଆଦାୟ ୧ ଲକ୍ଷ କୋଟି ୩ ହଜାର ୪୫୮କୋଟି ଟଙ୍କା ହୋଇଥିଲା । ସେହିପରି ମେ ମାସରେ ୯୪ ହଜାର ୧୬କୋଟି , ଜୁନ ମାସରେ ୯୫ ହଜାର ୬୧୦ କୋଟି , ଜୁଲାଇମାସରେ ୯୬,୪୮୩ କୋଟି ଅଗଷ୍ଟ ମାସରେ ୯୩, ୯୬୦ କୋଟି ଓ ସେପ୍ଟେମ୍ବର ମାସରେ ୯୪ ହଜାର ୪୪୨ କୋଟି ଆଦାୟ ହୋଇଥିଲା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024