ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବଜାରରେ ଖୁବ୍ ଶୀଘ୍ର ଏକ ଦମଦାର୍ ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି ବାହାନ ନିର୍ମାତା କମ୍ପାନୀ ହୋଣ୍ଡା । ଗତବର୍ଷ ଚୀନ୍ ରେ ହୋଣ୍ଡା ୟୁ-ଗୋ ସ୍କୁଟରକୁ ଲଞ୍ଚ କରାଯାଇଥିଲା । ଏହାପରେ ତୁରନ୍ତ ଭାରତରେ ସ୍କୁଟର ପାଇଁ ପେଣ୍ଟେଟ ଦାଖଲ କରିଥିଲା କମ୍ପାନୀ । ୨୦୨୧ ମସିହା ଅଗଷ୍ଟ ମାସରେ ପେଣ୍ଟେଟ ରେଜିଷ୍ଟର କରାଯାଇଥିଲା ଏବେ ଏହାକୁ ଜର୍ନାଲ କରାଯାଇଛି ।
ହୋଣ୍ଡା ୟୁ ଗୋ ଏକ ସ୍ଲିମ ଏବଂ ହାଲୁକା ଇ-ସ୍କୁଟର । ଏହାର ଚାରି ପଟେ ଏଲଇଡୀ ଡଆରଏଲ ସହିତ ଏପ୍ରନରେ ଏକ ମଡର୍ଣ୍ଣ ଲୁକ୍ ହେଡଲ୍ୟାମ୍ପ କ୍ଲଷ୍ଟର ଦିଆଯାଇଛି । ସ୍ଲିମ ଟପ୍ ସେକ୍ସନରେ ଟର୍ଣ୍ଣ ଇଣ୍ଡିକେଟର୍ସ ଦିଆଯାଇଛି । ୟୁ-ଗୋର ପ୍ରୋଫାଇଲ ଦେଖିବାକୁ ସଧାରଣ ।
ୟୁ-ଗୋ ର ଦୁଇଟି ଭ୍ୟାରିଆଣ୍ଟ ରହିଛି । ଗୋଟେରେ ୧.୬ ବିଏଚପି ଇଲେକ୍ଟ୍ରିକ ମୋଟର ଦିଆଯାଇଥିବା ବେଳେ ଅନ୍ୟଟିରେ ୧ ବିଏଚପିର ମୋଟର ଦିଆଯାଇଛି । ଏହା ଏକ ସ୍ଲୋ ସ୍ପିଡ ସ୍କୁଟର । ଫୁଲ ଚାର୍ଜର ୬୫ କିମି ଯାଇପାରିବ ସ୍କୁଟର । ଏଥିରେ ଏଲସିଡି ସ୍କ୍ରିନ ଦିଆଯାଇଛି । ଯାହା ସ୍ପିଡ, ଦୂରତା, ଚାର୍ଜ ଏବଂ ରାଇଡିଙ୍ଗ ମୋଡ ଭଳି ସୂଚନା ଦେବ ।