ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଏବର୍ଷ ଦୁଇ ଦୁଇ ଜଣଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଦିଆଯିବ ବୋଲି ଜଣାପଡିଛି । କଙ୍ଗୋର ଚିକିତ୍ସକ ଡେନିସ ମୁକଓଗେଙ୍କୁ ଶାନ୍ତି ଲାଗି ନୋବେଲ ପୁରସ୍କାର ଦିଆଯାଉଥିବା ବେଳେ ଇରାକର ପ୍ରଥମ ନାଗରିକ ଭାବେ ନାଦିୟା ମୁରାଦଙ୍କୁ ଏହି ସମ୍ମାନ ମିଳିବ ।
ତେବେ ଗୋଟିଏ ସଂଙ୍ଘର୍ଷପୂର୍ଣ୍ଣ ଜୀବନକୁ ନେଇ ସାହସର ସହିତ ସାମ୍ନା କରିପାରିଛନ୍ତି ନାଦିୟା । ସାରା ବିଶ୍ୱରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଯୌନ ହିଂସା ବିରୋଧରେ କାମ କରିବା ପାଇଁ ଚୟନ ହୋଇଛନ୍ତି ନାଦିୟା । ଅତ୍ୟନ୍ତ ଖରାପ ପରିସ୍ଥିତିରେ ଗତି କରି ନିଜ ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ତିଆରି କରି ପାରିଛନ୍ତି ସେ । ତାଙ୍କ ଜୀବନର କାହାଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛି । ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ଆଗରେ ହାର ଜୀବନ ।
ମାସ ମାସ ଧରି ଯୌନ ଶୋଷଣର ଶିକାର ହୋଇ ପୁଣି ନିଜ ଜୀବନକୁ ସୁଧାରିଛନ୍ତି ନାଦିୟା । ଆଇଏସଆଇଏସ ଭଳି ରାକ୍ଷସ ମାନଙ୍କ କବଳରେ ଫଶିଯାଇଥିବା ନାଦିୟା ଆଜି ନୋବେଲ ପୁରସ୍କାର ବିଜୟିନୀ ହୋଇପାରିଛନ୍ତି । ୨୦୧୪ ମସିହାରେ ନାଦିୟାଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଅପହରଣ କରି ନେଇଥିଲେ । ତାଙ୍କୁ ଆତଙ୍କବାଦୀ ପୂରା ୩ ମାସ ନିଜର ଯୌନ ଦାସୀ କରି ରଖିଥିଲେ । ନାଦିୟାଙ୍କ ସହ ଆତଙ୍କବାଦୀ ମାନେ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ ।
ସବୁଠାରୁ ବଡ କଥା ଯେ ସେ ବେହୋସ ନ ହେବା ପର୍ଯ୍ୟନ୍ତ ତାଙ୍କ ସହ ଆଇଏସଆଇଏସର ଆତଙ୍କବାଦୀମାନେ ଦୁଷ୍କର୍ମ କରିଥାନ୍ତି । ପ୍ରତେକ ଦିନ ସେ ଦୁଷ୍କର୍ମର ଶୀକାର ହୋଇଥାଆନ୍ତି । ଯୌନ ଶିଷଣରୁ ବର୍ତ୍ତିବା ପାଇଁ ସେ ଯେତେ କାକୁତି ମିନତି ହେଲେ ବି ଆତଙ୍କବାଦୀମାନେ ତାଙ୍କୁ ଛାଡିନଥିଲେ । ନାଦିୟା ସିଂଜର ଅଞ୍ଚଳର ବାସିନ୍ଦା ।
ଆଇଏସଆଇଏସର ଗଡ କୁହାଯାଉଥିବା ସିରିଆ ଅଧିନରେ ତାଙ୍କ ଅଞ୍ଚଳ ଯାଉଥିବାରୁ ସେଠାକାର ମହିଳାମାନଙ୍କୁ ଆଇଏସଆଇଏସ ଆତଙ୍କବାଦୀମାନେ ନିଜ ଅଧୀନକୁ ନେଇଯାଉଥିଲେ । ସେଠାରେ ସେମାନଙ୍କୁ ବନ୍ଦୀ କରି ଶାରୀରିକ କଷ୍ଟ ଦେବାସହ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିଥାଆନ୍ତି । ତେବେ ଏଭଳି ଜୀବନରୁ ସେ ମୁକ୍ତି ପାଇ ସମଗ୍ର ବିଶ୍ୱରେ ଯୌନ ହିଂସା ବିରୋଧରେ ସ୍ୱରଉତ୍ତୋଳନ କରିପାରିଛନ୍ତି । ନାଦିୟା ନୋବେଲ ପୁରସ୍କାରରେ ସମ୍ମାନୀତ ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି ହୋଇଛି ।