ଗଞ୍ଜାମ (ଏଟିଆର ବ୍ୟୁରୋ) ; ଗଞ୍ଜାମରେ ଦେଖାଦେଇଛି ନକ୍ସଲ ଆତଙ୍କ । କିଛି ଦିନର ବିରତି ପରେ ପୁଣି ଥରେ ଲାଗିଛି ମାଓ ପୋଷ୍ଟର । ଭଞ୍ଜନଗରର ଦଦରାଲୁଣ୍ଡା ଗାଁ ଛକରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏହି ପୋଷ୍ଟରରେ ପୋଲିସ ଇନଫର୍ମର ଏବଂ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ବିଧାୟକ ଏବଂ କନ୍ଧମାଳର ଜଣଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଇଛି । ତେବେ ବିଧାୟକଙ୍କ ନାଁ ଲେଖା ନଥିବାରୁ ଗଞ୍ଜାମ ଜିଲ୍ଲାର ବିଧାୟକମାନେ ଭୟଭିତ ଅଛନ୍ତି । ସେହିଭଳି କନ୍ଧମାଳ ବିଧାୟକ ମଧ୍ୟ ଏହି ଖବର ପାଇବା ପରେ ଭୟ ଥିବା କହିଛନ୍ତି । ଏହି ପୋଷ୍ଟର ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଏହି ପୋଷ୍ଟର ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣା ସ୍ଥଳରେ ପହଁଞ୍ଚି ପୋଷ୍ଟରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି ।
ବିଛିନ୍ନାଞ୍ଚଳ ଛାଡି ଗଞ୍ଜାମ ଜିଲ୍ଲାରେ ସକ୍ରିୟ ହୋଇଛନ୍ତି ମାଓବାଦୀ । ଦୀର୍ଘ ଦିନପରେ ନିଜର ସ୍ଥିତି ଜାହିର କରିବା ପାଇଁ ପୋଷ୍ଟର ମାରି ଲୋକଙ୍କ ମନରେ ଭୟ ଜାତ କରୁଛନ୍ତି ମାଓବାଦୀ । ତେବେ ସାଧାରଣ ଲେକଙ୍କୁ ସୁରକ୍ଷା ଦେବା ପାଇଁ ଲାଲ ବାହିନୀକୁ ଦମନ କରିବା ଲାଗି ପୋଲିସ ସଦା ସର୍ବଦା ପ୍ରସ୍ତୁତ ଥିବା ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି ।