କଟକ(ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବ୍ୟାପିବାରେ ଲାଗିଛି କୋରୋନା ମହାମାରୀ । ଏହି ରୋଗ କବଳରୁ କେହି ବଞ୍ଚି ପାରୁନାହାନ୍ତି । ଆଜି କଟକ କମିଶନରେଟ୍ ପୋଲିସର ଜଣେ ଏସଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମଧୁପାଟଣା ଥାନାର ଜଣେ ମହିଳା ଏସ୍ଆଇଙ୍କ ସମେତ ୨ ଜଣ ପଜିଟିଭ୍ ଥିବା ଜଣାପଡିଛି। ଏହାସହ କଟକରେ ମୋଟ ୩୫ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇସାରିଲେଣି ।
ତେବେ ଏସ୍ଆଇ ଜଣଙ୍କ କାହା ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି ତାହା ଜଣାପଡିନାହିଁ । ଖବର ଜଣାପଡ଼ିବା ପରେ ଥାନାକୁ ବିଶୋଧନ କରାଯିବା ସହିତ ମହିଳା ଏସ୍ଆଇଙ୍କ ସଂସ୍ପର୍ଶରେ ଆସିଥିବା କିଛି କର୍ମଚାରୀଙ୍କର କରୋନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।
ଥାନାଗୁଡିକରେ ବର୍ତ୍ତମାନ କୋରୋନା କେସ ବଢିବାରେ ଲାଗିଛି । ପୁଣଇ ଆଜି ଲାଲ୍ବାଗ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।ଏଥି ପାଇଁ ଥାନାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିବା କର୍ମଚାରୀ ଓ ଅଧିକାରୀଙ୍କୁ ଆଇସୋଲେସନ୍ରେ ରଖାଯାଇଛି । ତେବେ ଖବର ମିଳିବା ପରେ ଥାନାର ପ୍ରାୟ ୬ ଜଣ କର୍ମଚାରୀଙ୍କୁ ଆଇସୋଲେସନ୍ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଦୁଇ ଦିନ ମଧ୍ୟରେ ସେହି ପୋଲିସ କର୍ମଚାରୀଙ୍କର ସ୍ୱାବ୍ ନମୁନା ପରୀକ୍ଷା କରାଯିବ । ଥାନାକୁ ବିଶୋଧନ କରିବା ସହ ଅନ୍ୟ ପୋଲିସ କର୍ମଚାରୀଙ୍କୁ ସାବଧାନ ରହିବା ପାଇଁ କୁହାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024