କଟକ (ଏଟିଆର ବ୍ୟୁରୋ ) ; ଚାଷୀଙ୍କ ମେଳରେ ସାମିଲ ହେଲେ ରାଜ୍ୟ କଂଗ୍ରେସର ମୁଖିଆ । ସାରା ରାତି ଚାଷୀଙ୍କ ଗହଣରେ ଅନିଦ୍ରା ହୋଇ ସମୟ ବିତାଇଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଖାଲି ସେତିକି ନୁହେଁ ଚାଷୀ ମାନଙ୍କ ସହ ଏକା ସାଙ୍ଗରେ ବାଦାମ ଖାଇଲେ ଓ ତଳେ ଶୋଇଲେ ନିରଞ୍ଜନ । ଯାହାକୁ ନେଇ ଏବେ ଚାରିଆଡେ ଜୋର ଧରିଛି ଚର୍ଚ୍ଚା ।
ନବ ନିର୍ମାଣ କୃଷକ ସଂଗଠନର ର୍ୟାଲି ରେ ସାମିଲ ହୋଇ ନିରଞ୍ଜନ ଚାଷୀଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ଚାଷୀମାନଙ୍କ ପ୍ରାଇସ , ପ୍ରେଷ୍ଟିଜ ଓ ପେନସନ ଦାବିରେ ଯାଜପୁରର କୁଆଖିଆଠାରୁ ବାହାରିଥିବା ଚାଷୀ ପଦଯାତ୍ରା ଗତକାଲି କଟକରେ ପହଞ୍ଚିଥିଲା । ଏହି ଅବସରରେ ଖବର ପାଇଁ କଟକ ଗୋପାଳପୁର ଠାରେ ରାତ୍ରୀଯାପନ କରୁଥିବା ଚାଷୀ ମାନଙ୍କ ପାଖରେ ହାଜର ହୋଇଥିଲେ ନିରଞ୍ଜନ ।
ସେଠାରେ ପିସିସି ସଭାପତି ଅନେକ ସମୟ ଧରି ଚାଷୀମାନଙ୍କ ସହ ଆଲୋଚନା କରିବାପରେ ମିଳିମିଶି ବାଦାମ ଖାଇଥିଲେ । ଏହି ଅବସରରେ ରାତିମାନ ନିରଞ୍ଜନ ଅନିଦ୍ରାରହି ଚାଷୀ ମାନଙ୍କ ସହ ଅନେକ ବିଷୟରେ ଆଲୋଚନା କରିଥିବାର ଦେଖାଯାଇଥିଲା ।
ଅନ୍ୟପଟେ କଂଗ୍ରେସ ସବୁବେଳେ ଚାଷୀମାନଙ୍କ ସହିତ ରହିଥିବା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ କହିଛନ୍ତି । ଖାଲି ସେତିକି ନୁହେଁ କଂଗ୍ରେସ ଚାଷୀ ମାନଙ୍କ ପାଇଁ କୌଣସି ବି ସ୍ଥରକୁ ଯାଇପାରିବ ବୋଲି ମୁକୁମ ଏହି ଅବସରରେ କହିଛନ୍ତି ।