ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଚା ପ୍ରତି ଓଡ଼ିଶାବାସୀଙ୍କର ରହିଛି ପ୍ରବଳ ଆଗ୍ରହ । ଓଡ଼ିଶାବାସୀ ବର୍ଷକୁ ୩୪୩.୭ କୋଟି ଟଙ୍କାର ଚା କିଣୁଛନ୍ତି । ଚା’ ଶିଳ୍ପର ଅଗ୍ରଣୀ ସଂସ୍ଥା ଟାଟା କଞ୍ଜ୍ୟୁମର୍ ପ୍ରଡକ୍ଟସ୍ ତରଫରୁ ଏହି ସୂଚନା ଦିଆଯାଇଛି ।ପ୍ରତିବର୍ଷ ସାରା ଦେଶରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ଚା ମୁଲ୍ୟରେ ବିକ୍ରି ହେଉଛି ।
ଓଡ଼ିଶାରେ ପ୍ରତି ପରିବାର ହାରାହାରି ଭାବେ ମାସକୁ ୪୨ ଗ୍ରାମ ଚା ବ୍ୟବହାର କରୁଥିବା ଜଣାପଡ଼ିଛି । ରାଜ୍ୟରେ ବିଭିନ୍ନ ପ୍ରକାର ଚା ବିକ୍ରି ହେଉଛି । କିନ୍ତୁ କଳା ରଙ୍ଗର ଚା ବିକ୍ରି ସର୍ବାଧିକ ରହିଛି । ବିଭିନ୍ନ ସ୍ୱାଦର ଗ୍ରିନ୍ ଟି’, ହର୍ବାଲ୍ ଟି’, ପ୍ରିମିୟମ୍ ମାନର ଟି’ ପାଉଚ୍ର ବିକ୍ରି ସୀମିତ ରହିଛି ।
କଂପାନିର ବରିଷ୍ଠ ଉପସଭାପତି ପୁଦିତ ଦାସ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ଅଭିଯାନ ଘୋଷଣା କରିବା ଅବସରରେ ଏହି ତଥ୍ୟ ଦେଇଛନ୍ତି । ଓଡ଼ିଶାରେ ବିକ୍ରି ହେଉଥିବା ଟାଟା ଟି’ ପ୍ରିମିୟମ୍ ପ୍ୟାକେଟ୍ରେ କଂପାନି ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟ ଚିତ୍ରକୁ ମଧ୍ୟ ସ୍ଥାନ ଦେଇଛି । ଓଡ଼ିଶା ବଜାରରେ ଟାଟା କଞ୍ଜ୍ୟୁମର୍ ପ୍ରଡକ୍ଟସ୍ର ୬୮.୩ ପ୍ରତିଶତ ଭଳି ସିଂହ ଭାଗ ଅଂଶ ରହିଛି।ନିକଟରେ କଂପାନି ତୁଲସୀ ସ୍ବାଦର ଚା ବଜାରକୁ ଆଣିଛି ବୋଲି ସେ କହିଛନ୍ତି ।