ମସ୍କୋ(ଏଟିଆର ବ୍ୟୁରୋ):ବିଶ୍ୱର ସବୁଠାରୁ ଘାତକ ମିଶାଇଲ ପରୀକ୍ଷଣ କରିଛି ରୁଷ । ଆମେରିକାକୁ ଡ଼ରେଇବା ଉଦେଶ୍ୟରେ ରୁଷ ଏଭଳି କରିଥିବା କଥା କୁହାଯାଇଛି । ସମୁଦ୍ର ମଝିରେ ଋଷ ଏହି ଟେଷ୍ଟ କରିଥିବା ବେଳେ ମିସାଇଲକୁ ଟ୍ରାକ୍ କରିବା ଅସମ୍ଭବ ବୋଲି ଋଷ ବୈଜ୍ଞାନିକ ମାନେ କହିଛନ୍ତି ।
ମିଶାଇଲର ପରୀକ୍ଷଣ ସଫଳ ହୋଇଥିବା ବେଳେ ୪୫୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ଧ୍ୱଂସ କରିଦେଇଛି ।ତେବେ ଧ୍ୱନିର ଗତିଠୁ ୮ଗୁଣା ଅଧିକ କ୍ଷିପ୍ର ଗତିରେ ଯାଇପାରେ ଏହି ମିସାଇଲ । ଟାର୍ଗେକୁ ଧ୍ୱଂଶ କରିବା ପୂର୍ବରୁ ଏହି ମିସାଇଲକୁ କେହି ବି ଅଟକାଇପାରିବେ ନାହିଁ ।
ଏହି ମିଶାଇଲର ନାଁ ଜିରକୋନ ରଖାଯାଇଛି । ମ୍ୟାକ ୮ ଗତିରେ ଏହି ମିସାଇଲ ଉତକ୍ଷେପଣ ହୋଇଥାଏ । ଘଣ୍ଟାକୁ ୯ ହଜାର ୮୭୮ କିଲୋମିଟର ଗତିରେ ଏହି ମିସାଇଲ ପ୍ରତିପକ୍ଷକୁ ଆକ୍ରମଣ କରିବ।। କ୍ଷମତା ରହିଛି ଏହି ମିସାଇଲ ପାଖରେ । ଋଷର ଏହି ମିସାଇଲ ପରୀକ୍ଷଣ ପରେ ଭୟଭୀତ ହୋଇପଡ଼ିଛି ଆମେରିକା