ବ୍ରହ୍ମପୁର ( ଏଟିଆର ବ୍ୟୁରୋ): ପୋଖରୀରୁ ମିିଳିଲା ମୃତ ହେବ । ହତ୍ୟା ନାଁ ଆତ୍ମହତ୍ୟା! ଏମିତି ଏକ ଘଟଣା ଦେଖିବାକୁ ମିଳିିଛି ବ୍ରହ୍ମପୁର ଗେଟ ବଜାର ଗୋଲାପୋଖରୀରେ । ମୃତକ ଜଣଙ୍କ ହେଉଛନ୍ତି କେନାଲ ହୁଡା ସାହିର ସୁଶାନ୍ତ ନାୟକ । ସୂଚନା ଅନୁସାରେ ଆଜି ସକାଳେ ପୋଖରୀରେ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।
ପୋଲିସ ଉପସ୍ଥିତିରେ ପୋଖରୀରୁ ମୃତ ଦେହ ଉଦ୍ଦାର କରିଛି ଅଗ୍ନିଶମ ବିଭାଗ । ପୋଲିସ ଓ ଅଗ୍ନିଶମ ବାହିନୀ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ଏହା ହତ୍ୟା ନାଁ ଆତ୍ମହତ୍ୟା । ସୂଚନା ମୁତାବକ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ କେଉଁ ପରିସ୍ଥିତିରେ ଓ କେମିତି ଯୁବକଙ୍କ ମୃତ ଦେହ ପୋକରୀରେ ଭାସୁଥିଲା ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ, କି ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫୋପାଡି ଦେଇଛି ତାହା ମଧ୍ୟ ସ୍ପଷକଟ ହୋଇ ନାହିଁ । ତେବେ ପୋଲିସର ଅଧିକ ତଦନ୍ତ ମୃତ ଯୁବକ ସୁଶାନ୍ତ ନାୟକଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟାଇ ପାରିବ ।