ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ସ୍ଥାନୀୟ କିଟ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚର ତୃତୀୟ ଦିନ ସୁଦ୍ଦା ଓଡିଶା ୬୮ ରନରେ ପଛୁଆ ରହିଛି । ତୃତୀୟ ଦିନର ଦ୍ୱିତୀୟ ପାଳିରେ ଓଡିଶା ୫୦ ରନ ବିନିମୟରେ ଗୋଟିଏ ୱିକେଟ ହରେଇ ସାରିଛି । ତେବେ ଦଳ ପକ୍ଷରୁ ଅନୁରାଗ ଷଡଙ୍ଗୀ ଏବଂ ଗୋବିନ୍ଦ ପୋଦ୍ଦାର ପଡିଆରେ ମହଜୁଦ ଅଛନ୍ତି । ତେବେ ପ୍ରଥମ ପାଳିରେ ଶତକ ହାସଲ କରିଥିବା ଅନୁରାଗଙ୍କ ଉପରେ ଦଳ ସମ୍ପୂର୍ଣ୍ଣ ନିର୍ଭର କରୁଛି । ହରିୟାଣାର ଜୟନ୍ତ ଯାଦବ ଦଳ ପକ୍ଷରୁ ସନ୍ଦୀପ ପଟ୍ଟନାୟକଙ୍କୁ ଆଉଟ କରିଛନ୍ତି । ମୋହିତ ଶର୍ମା ୨ ଓଭରରେ ମାତ୍ର ୧ ରନ ବିନିମୟରେ ଗୋଟିଏ ଓଭର ମେଣ୍ଡେନ ନେଇଛନ୍ତି । ତେବେ ତୃତୀୟ ଦତନର ଖେଳ ଶେଷ ସୁଦ୍ଦା ଦୁଇ ଦଳ ମଧ୍ୟରେ କଡା ଟକ୍କର ଜାରି ରହିଛି ।
ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିବା ଘରୋଇ ୩୨୪ ରନରେ ସୀମିତ ହୋଇଥିଲା । ଦଳ ପକ୍ଷରୁ ଅନୁରାଗ ଷଡଙ୍ଗୀ ସର୍ବାଧିକ ୧୧୪ ରନ କରିଥିବା ବେଳେ ଅନ୍ୟ କୋ÷ଣସି ବି ଖେଳାଳି ଭଲ ପ୍ରଦର୍ଶନ କରିନଥିଲେ । ଫଳରେ ଅନ୍ୟ କେହି ବି ଖେଳାଳି ଅର୍ଦ୍ଦଶତକ ବି ହାସଲ କରିନାହାଁନ୍ତି । ଯବାବରେ ହରିୟାଣା ପାଳିରେ ୪୪୨ ରନରେ ମଧ୍ୟ ସିମିତ ରହିଥିଲା । ଏଣୁ ଓଡିଶା ହରିୟାଣା ଠାରୁ ୧୧୮ ରନ ପଛରେ ପଡିଯାଇଥିଲା । ଏଣୁ ଆଜି ଦ୍ୱିତୀୟ ପାଳିରେ ପିଛା କରିବାକୁ ଯାଇ ମାତ୍ର ୫୦ ରନ ସଂଗ୍ରହ କରି ଗୋଟିଏ ୱିକେଟ ହରାଇଛି । ଆସନ୍ତା କାଲି ଏହି ମ୍ୟାଚର ଫଳାଫଳ ଜଣାପଡିବ ।