ଭୁବନେଶ୍ୱର (ଏଟିଆର ବ୍ୟୁରୋ: ଉପକୂଳ ଓ ଦକ୍ଷୀଣ ଓଡିଶାରେ ଏବେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ସ୍ୱଭାବିକଠୁ ୪ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହୋଇଛି । ଏହାସହିତ ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ହେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।
ଭୁବନେଶ୍ୱର ସମେତ ନୟାଗଡ, ଅନୁଗୁଳ, ବଲାଙ୍ଗୀର, ମାଲକାନଗିରି, ଚାନ୍ଦବାଲି, ନବରଙ୍ଗପୁର, ଭବାନୀପାଟଣା ଆଦି ସହର ହଟସ୍ପଟରେ ରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।