ଭଦ୍ରକ (ଏଟିଆର ବ୍ୟୁରୋ) ; ଅଦ୍ଭୁତ ପ୍ରକାର ଗୁପ୍ତାଙ୍ଗ । ସବୁବେଳେ ଝରୁଛି ଟୋପା ଟୋପା ପରିଶ୍ରା । କେହି ଦେଖିଲେ ବି ଜାଣିପାରୁ ନାହାଁନ୍ତି ପୁଅ କି ଝିଅ । ଏପରିକି ଡାକ୍ତର ମଧ୍ୟ ଲିଙ୍ଗ ନିର୍ଦ୍ଦାରଣ କରିପାରୁ ନାହାଁନ୍ତି । ବିଶ୍ୱାସ ନ ହେଲେ ବି କଥାଟି ସତ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାଂମାଞ୍ଚଳ ଥାନା ବାଣିତିଆ ଗାଁ ର ସନାତନଙ୍କ ସନ୍ତାନ । ଛଅ ବର୍ଷର ଛୁଆ ନାଁ ହେଉଛି କାହ୍ନା । ଦ୍ୱାପର ଯୁଗରେ କାହ୍ନାଙ୍କ ପଛରେ ଷୋହଳ ସହସ୍ର ଗୋପି ପଡିଥିଲେ । କିନ୍ତୁ ଏ କଳିଯୁଗର କାହ୍ନା ବଞ୍ଚୁଛି ଏକ ଅଭିଶପ୍ତ ଜୀବନ । ଦେହରୁ ବାହାରୁଛି ଦୁର୍ଗନ୍ଧ । ପାଖରେ ବସି ହେଉନି ନାକ ଫାଟିପଡୁଛି । ସମସ୍ତେ ଘୃଣା କରୁଛନ୍ତି । ତେବେ ଡାକ୍ତର ଦେଖିବା ପରେ ବି ଏହା କେଉଁ ରୋଗର ଲକ୍ଷଣ ତାହା ସ୍ପଷ୍ଟ କରିପାରୁ ନାହାଁନ୍ତି । ମାତ୍ର ବଡ ଅପରେସନ କରିବା ଦରକାର ବୋଲି କହିଛନ୍ତି । କିନ୍ତୁ ଏତେ ବଡ ଅପରେଶନ ପାଇଁ ଅର୍ଥ ସାଜିଛି ବାଧକ ।
ଦିନ ମଜୁରୀ କରି ଚଳୁଛି ସନାତନଙ୍କ ଘର । ସବୁବେଳେ ପରିବାରରେ ଲାଗି ରହିଛି ଅର୍ଥର ଅଭାବ । କାରଣ ଦିନକୁ ଯାହା ରୋଜଗାର ହୁଏ ସେତିକିରେ ପରିବାର ଚଳିବା ପାଇଁ କଷ୍ଟ ହୋଇଯାଏ । ଏତେ ଅସୁବିଧାରେ ଚଳୁଛନ୍ତି ଯେ ନିଜର ଚାଳ ଛପର ଘର ପାଳ ଉଡିଯାଇଥିବା ବେଳେ ଏହାକୁ ସଜାଡିବା ପାଇଁ ପାଖରେ ପଇସା ନାହିଁ । ଜୀବନ ସାରା ରୋଜଗାର କରି ଯେତିକି ଟଙ୍କା ସଞ୍ଚୟ କରିଥିଲେ ଭଦ୍ରକରୁ କଟକ ବଡ ମେଡିକାଲ ଆଣିକି ତାହା ଶେଷ ହୋଇଗଲାଣି । ଏଣୁ ଏବେ ହତାସ ହୋଇ ଅନ୍ୟର ସହାୟତା ପାଇଁ ହାତ ବାନ୍ଧି ବସିଛନ୍ତି ସନାତନ । ସରକାରଙ୍କ ଠାରୁ କିଛି ସହାୟତା ରାଶି ଘୋଷଣା କରାଯାଇ ନାହିଁ । ଜଗା କାଳିଆଙ୍କୁ ସରକାର ସହାୟତା କରି ଯୋଡା ମୁଣ୍ଡ ଅଲଗା କରିଥିଲେ । ଏଣୁ କାହ୍ନାର ପରିବାର ସରକାରୀ ସହାୟତା ଉପରେ ନିର୍ଭର କରିଥିବା କହିଛନ୍ତି ।