କଟକ (ଏଟିଆର ବ୍ୟୁରୋ) ; ‘ମା’ ଏହି ଗୋଟିଏ ଅକ୍ଷର ଡାକିଦେଲେ ଜୀବନର ସବୁ ଦୁଃଖ କଷ୍ଟ ଭୁଲିହେଇଯାଏ । ମା ସବୁବେଳେ ନିଜର ଛୁଆର ଭଲ କଥା ଚିନ୍ତା କରିଥାଏ । ଛୋଟରୁ ବଡ ହେବା ପର୍ଯ୍ୟନ୍ତ ସବୁ ଅଳିକୁ ସହି ଥାଏ । ମାତ୍ର ବଡ ହେବା ପରେ ଏହାକୁ ଭୁଲି ଯାଇଥାନ୍ତି ପିଲାମାନେ । ଟଙ୍କା ପଇସା ହେଉ ବା ସମ୍ପତ୍ତି ଲୋଭରେ ନିଜ ମାଙ୍କୁ ମଧ୍ୟ ମାରିବାକୁ ପଛେଇ ନଥାନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ସିଡିଏ ସେକ୍ଟର ୭ରେ । ନିଜ ମାକୁ ମାରିଲା ଝିଅ । ସୂଚନା ମୁତାବକ ଅମ୍ବିକା ପାଲ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ତେବେ ହତ୍ୟାକାଣ୍ଡରେ ନିଜ ଝିଅର ହାତ ଥିବା ପୋଲିସ ସୂଚନା ପାଇଛି । କେବଳ ଝିଅ ନୁହେଁ ଏହି ଘଟଣାରେ ମଧ୍ୟ ପୁତୁରା ଜଡିତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।
ଅମ୍ବିକାଙ୍କ ଘର କଟକ ଜିଲ୍ଲା ପୁରୀ ଥାନା ଅନ୍ତର୍ଗତ ବାଖରାବାଦ ଅଞ୍ଚଳରେ । ଏହି ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସ ଜାଣିବା ପରେ ମର୍କତ ନଗର ଥାନାରେ ଏହି ଦୁଇ ଅଭିଯୁକ୍ତ ଅଟକ ଅଛନ୍ତି । ତେବେ ଏମାନେ କେଉଁ କାରଣରୁ ହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହଁ । ଘଟଣାର ପ୍ରକୃତ ସତ୍ୟ ଜାଣିବା ପାଇଁ ସାଇଣ୍ଟଫିକ ଟିମ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।