କେନ୍ଦୁଝର ( ଏଟିଆର ବ୍ୟୁରୋ): ମରଣ ଏମିତି ବି ଆସିପାରେ । ଘରେ ଲାଇନ ନଥିବାରୁ ରାସ୍ତା କଡରେ ବସିଥିଲେ ମାଡିଗଲା ଟ୍ରକ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କତରାପାଲି ଠାରେ । ସୂଚନା ଅନୁସାରେ ଗତ କାଲି ଲାଇନ ନଥିବାରୁ ଖକନ ସାହୁ ନାକ ଜଣେ ଯୁବକ ତେଲକୋଇ-କାଞ୍ଜିପାଣି ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଥିବା ଡ୍ରେନ୍ ସ୍ଲାବ୍ ଉପରେ ବସିଥିଲେ ।
କେନ୍ଦୁଝରକୁ ଯାଉଥିବା ମିନି ଟ୍ରକ୍ଟି ହଠାତ୍ ରାସ୍ତାର ବାମ ପାର୍ଶ୍ୱରୁ ଡାହାଣ ପାର୍ଶ୍ୱକୁ ଆସି ଖକନଙ୍କ ଉପରେ ଚଢି ଯାଇଥିଲା। ଆହତ ଅବସ୍ଥାରେ ଖକନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଜ୍ଝ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଯାହାର ପ୍ରତିବାଦରେ ଆଜି ଗ୍ରାମବାସୀ ମାନେ ରାସ୍ଥା ରୋକ କରିବା ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବି କରିଛନ୍ତି ।
ଘଟଣା ସ୍ଥଳରେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ରାସ୍ଥାରେ ହମପସ୍ ନଥିବାରୁ ଏମିତି ଦୂର୍ଘଟଣା ଘଟିଛି ବୋଲି କହିଛନ୍ତି । ଦୁର୍ଘଟଣା ହେବା ପରେ ଡ୍ରାଇଭର ଗାଡି ଛାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ଟ୍ରକଟି ରାସ୍ଥା ତଳକୁ ଖସି ପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଟ୍ରକଟି ଧକ୍କ୍ା ଦେବା ପରେ ୫ ମିଟର ଖଣ୍ଡେ ଘୋଷାଡି ନେଇଥିଲା ।