କେନ୍ଦୁଝର (ଏଟିଆର ବ୍ୟୁରୋ ) ; ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା । ପରକୀୟା ପ୍ରୀତି ହେଲା କାଳ । ପରକୀୟା ସମ୍ପର୍କ କାରଣରୁ ଜଣେ ବିବାହିତ ମହିଳା ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଇଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଘଟିଛି କିଛି ଏପରି ଘଟଣା , ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।
ଏଭଳି ଅଭାବନୀୟ ଘଟଣାରେ ଗୁରୁତର ଭାବେ ଆହତ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିହୋଇଛନ୍ତି ଯୁବକ । ତେବେ ଯୁବକଙ୍କ ଘର ଝାରବେଡା ଗାଁରେ ବୋଲି ଜଣାପଡିଛି । ସୁଚନା ଯୋଗ୍ୟ , ଗତକାଲି ଯୁବକ ଜଣକ ଚେନା୍ନଇରୁ ୪ ଦିନ ପାଇଁ ନିଜ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ଯୁବକ ଜଣକ ପାଖ ଗ୍ରାମରେ ଥିବା ବିବାହିତ ମହିଳାଙ୍କ ଘରକୁ ଯାଇଥିଲେ ।
ସୂଚନା ଥାଉକି , ଯୁବକଙ୍କ ସହ ବିବାହିତ ମହିଳାଙ୍କର ପୂର୍ବରୁ ସର୍ମ୍ପର୍କ ରହିଥିଲା । ତେବେ ଗତକାଲି ରାତିରେ ଯୁବକ ଜଣକୁ ମଦ ପିଆଇଥିଲେ ମହିଳା । ଏହାପରେ ଯୁବକ ଶୋଇଥିବା ଅବସ୍ତାରେ ବିବାହିତା ମହିଳା ତାଙ୍କ ଗୁପ୍ତାଙ୍ଗକୁ କାଟିଦେଇଥିବା ଅଭିଯୋଗ ହୋଇଛି ।ସେପଟେ ଗୁରୁତର ଅବସ୍ତାରେ ଯୁବକ ଜଣକୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନା ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ଦାଳୟରେ ଭର୍ତ୍ତି କରାଯାଇଛି । ତେବେ ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିଏସପି ହରିଶଚନ୍ଦ୍ର ପାଣ୍ଡେ କହିଛନ୍ତି ।