ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଟକ ମହାନଦୀ ପୋଲର ୩୦ ଫୁଟ୍ ତଳକୁ ବସ୍ ଖସିବା ଘଟଣାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅନେକ ବଡ ବଡ ରାଜନେତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Condolences to those who lost their loved ones due to the bus accident in Cuttack, Odisha. May the injured recover at the earliest: PM @narendramodi
— PMO India (@PMOIndia) November 21, 2018
ଖବରମୁତାବକ, ଗତକାଲି ସନ୍ଧ୍ୟାରେ ମହାକାଳୀ ବସ୍ ଟି ଚଣ୍ଡିଖୋଲରୁ କଟକ ଆସିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍ ଟି ଅଚାନକ୍ ମଇଁସିକୁ ଧକ୍କା ଦେବା ଫଳରେ ଡ୍ରାଇଭର ଜଣଙ୍କ ଭାରସାମ୍ୟ ହରାଇ ବସିଥିଲେ । ଯାହାଫଳରେ ବସ୍ ଟି ମହାନଦୀର ୩୦ ଫୁଟ୍ ତଳକୁ ଖସିପଡିଥିଲା । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଥିଲେ ।
ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହିତ ଆହତଙ୍କ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।