ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଟିତ ହେବାକୁ ଥିବା ୩ୟ ଟି-୨୦ରେ ୩ଜଣ ଖେଳାଳିଙ୍କୁ ବାଦ ଦେଇଛି ଟିମ । ଆଗକୁ ଅଷ୍ଟ୍ରେଲିଆ ଗସ୍ତକୁ ନଜରରେ ରଖି ଦଳ ପକ୍ଷରୁ ଏହି ଖେଳାଳି ମାନଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଏହି ତିନି ଜଣ ଖେଳାଳି ହେଲେ ଭାରତୀୟ ଦଳର ବୋଲିଂ ଭାର ସମ୍ଭାଳୁଥିବା ଯଶପ୍ରିତ ବୁମରା,ଉମେଶ ଯାଦବ ଏବଂ କୁଳଦିପ ଯାଦବ । ବିସିସିଆଇ ପକ୍ଷରୁ ଏକ ପ୍ରେସମିଟରେ ଏହା ଘୋଷଣା କରାଯାଇଛି ।
UPDATE: Umesh Yadav, Jasprit Bumrah & Kuldeep Yadav rested for 3rd Paytm #INDvWI T20I in Chennai@sidkaul22 added to India's squad
Details – https://t.co/hqzMTMT8rZ pic.twitter.com/tbdbLBfwEI
— BCCI (@BCCI) November 9, 2018
ତେବେ ଦଳରେ ସ୍ଥାନ ପାଇଛନ୍ତି ସିଦ୍ଦାର୍ଥ କୈାଲ । ସେ ବର୍ତ୍ତମାନ ସୁଦ୍ଦା ୨ଟି ଟି-୨୦ ଖେଳିଥିବା ଥିବା ବେଳେ ମାତ୍ର ୩ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ ଖେଳିଛନ୍ତି । ଦଳରେ ସ୍ଥାନ ପାଇବା ପରେ କୈାଲ ଉତ୍ସାହ ଥିବା କହିଛନ୍ତି ।
୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ଥିବା ବେଳେ ସିରିଜକୁ ମୂଳ ପୁଛ କରିବା ପାଇଁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେପଟେ ସମ୍ମାନ ବଜାୟ ରଖିବା ପାଇଁ ଶେଷ ମ୍ୟାଚ ଜିତିବା ଲକ୍ଷରେ ଇଣ୍ଡିଜ । ଆସନ୍ତା ରବିବାର ଦିଲ୍ଲୀରେ ୩ୟ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ ।