ଭୁୁବନେଶ୍ୱର,୧୧ା୨/(ବ୍ୟୁରୋ): ରୋଗୀ ମୃତ୍ୟୁ ନେଇ ରବିବାର ବିଳମ୍ବିତ ରାତିରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିବା ସହ ପୁଲିସ୍ କୁ ଆକ୍ରମଣ କରିବା ଘଟଣାରେ କ୍ୟାପିଟାଲ ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ବାଲିପାଟଣାର ରାକେଶ ଦାଶ ଓ ୟୁନିଟ୍-୧ ମା’ମଙ୍ଗଳା ବସ୍ତିର ଦିପୁ ଦାଶ । ପୁଲିସ୍ କୁ ଆକ୍ରମଣ କରିବା ଏବଂ ହସ୍ପିଟାଲ ସମ୍ପତ୍ତି ଭଙ୍ଗାରୁଜା କରିବା ଘଟଣାରେ ସେମାନଙ୍କୁ ଗିରଫ କରାଯାଇଛି । ଅନ୍ୟ ବିଶୃଙ୍ଖଳାକାରୀଙ୍କୁ ଧରିବା ପାଇଁ ପୁଲିସ୍ ଛାନ୍ ଭିନ ଜାରି ରଖିଛି ।
ସୂଚନାଯୋଗ୍ୟ, ମଞ୍ଚେଶ୍ୱର ଗାଁର ଚାରୁଲତା ରାଉତ ଶ୍ୱାସଜନିତ ରୋଗରେ ପିଡିତ ଥିବାରୁ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଚିକିତ୍ସା ଲାଗି ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହ୍ୱିଲଚେୟାର ପାଇଁ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ହେଲେ ହ୍ୱିଲଚେୟାର ମିଳିବାରେ ବିଳମ୍ବ ହେବାରୁ ଚାରୁଲତା କଷ୍ଟ ସହିନପାରି ୨ ମହଲାରେ ଥିବା ମହିଳା ମେଡିସିନ୍ ୱାର୍ଡକୁ ଚାଲି ଚାଲି ଯାଇଥିଲେ । ଏଥିରେ ତାଙ୍କୁ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯାଇଥିଲା । ଏହି କାରଣରୁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତିି । ଏହାକୁ କେନ୍ଦ୍ର କରି ମୃତ ରୋଗିଙ୍କ ସମ୍ପର୍କୀୟ ହସ୍ପିଟାଲ ପରିସରରେ ଭଙ୍ଗାରୁଜା କରିଥିଲେ । କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ଉତ୍ତ୍ୟକ୍ତ ଲୋକେ ଏସ୍ଆଇ ବିଶ୍ୱମିତ୍ର ଭୋଇ ଓ ଅନ୍ୟ ଜଣେ ପୁଲିସ୍ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଏନେଇ ଏସ୍ଆଇ ଜଣଙ୍କ ଥାନା ଏକ ଅଭିଯୋଗ ଦାୟାର କରିଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ଆଜି ଦୁଇ ଜଣକୁ ଗିରଫ କରିଛି । ଅନ୍ୟ ବିଶୃଙ୍ଖଳାକରୀଙ୍କୁ ଧରିବା ପାଇଁ ପୁଲିସ୍ ହସ୍ପିଟାଲରେ ଲାଗିଥିବା ସିସିଟିଭି ଫୁଟେଜ୍ କୁ ଯାଞ୍ଚ ଚଳାଇଛି ।