କଳାହାଣ୍ଡ(ଏଟିଆର ବ୍ୟୁରୋ):ଶେଷରେ କାଳ ହେଲା ଗ୍ୟାସରେ ରୋଷେଇ । ଦେଖୁ ଦେଖୁ ଜଳିଗଲା ଘର । ଆଉ ଅକାରଣେ ଚାଲିଗଲା ପୁଅ ଝିଅଙ୍କ ସମେତ ମାର ଜୀବନ । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅବାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଥନଟ ଗ୍ରାମରେ ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳୀଯାଇଛି । ସୂଚନା ଅନୁସାରେ ଥନଟ ଗ୍ରାମର ଚମ୍ପା ମେହେର ଆଜି ସକାଳେ ନିଜ ଘରେ ଏକ ୫ କେଜି ବିଶିଷ୍ଠ ଗ୍ୟାସ ଟାଙ୍କି ମାଧ୍ୟମରେ ରୋଷେଇ କରୁଥିଲେ । ତେବେ ରୋଷେଇ ଚାଲିଥିବା ସମୟରେ ଗ୍ୟାସଟି ଲିକ ହୋଇ ହଠାତ ଫାଟି ଯାଇଥିଲା । ଏହାର ପ୍ରଭାବରେ ସମ୍ପର୍ଣ୍ଣ ଘରେ ନିଆଁ ଲାଗିଯାଇଥିଲା । ଘରେ ଥିବା ପୁଅ ଅମିତ ଓ ଝିଅ ସୁନିତାଙ୍କ ସମେତ ମା ଚମ୍ପାଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି ।
ସେପଟେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରୁ ମୃତ ଧବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଏହାସହ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ , ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ନକଲି ଓ ନିମ୍ନ ମାନର ୫ କେଜି ବିଶିଷ୍ଠ ଗ୍ୟାସ ଟାଙ୍କି ଗୁଡିକ ବିକ୍ରି ହେଇଛି । ଯାହା ଫଳରେ ଏପରି ଅଘଟଣ ଘଟୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।
ରିପୋର୍ଟ: ତୁଳସୀରାମ ଛତ୍ରିଆ