ତାମିଲନାଡୁ (ଏଟିଆର ବ୍ୟୁରୋ ) ; ଆସୁଛି ସାମୁଦ୍ରିକ ବାତ୍ୟା ‘ଗାଜା’ । ଝଡ ତୋଫାନକୁ ନେଇ ଭୟରେ ତାମିଲନାଡୁ ବାସୀ । ଏଥିପାଇଁ ତାମିଲନାଡୁରେ ଜାରି ହୋଇଛି ହାଇଆଲର୍ଟ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁ୍ଦ୍ରିକ ବାତ୍ୟା ‘ଗାଜା’ ଏବେ ଚେନ୍ନାଇ ଠାରୁ ୪୫୦ କିଲୋମିଟର ଦୂରରେ ଥିବା ବେଳେ ଏହା ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର ଓ ପାମ୍ବନ ମଧ୍ୟରେ ଥିବା ସ୍ଥଳଭାଗକୁ ଛୁଇଁବା ନେଇ ସମ୍ଭାବନା ରହିଛି । ସେହିପରି ଏହାର ପ୍ରଭାବରେ ତାମିଲନାଡୁ , ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ବହୁ ଅଞ୍ଚଳରେ କ୍ଷୟ କ୍ଷତି ହେବା ସହ ପ୍ରବଳ ବର୍ଷା ମଧ୍ୟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଜଣାଇଛି ।
IMD : Cyclonic storm #Gaja located 370 km east-northeast of Nagapattinam AT 0530 IST. It will cross coast around Nagapattinam during evening of 15th Nov with a wind speed of 80-90 kmph gusting to 100 kmph.#cyclonegaja #Cuddalore #nagapattinam #Puducherry pic.twitter.com/zgo9hricb5
— Chennai Weather 1 (@CHENNAIWEATHER1) November 15, 2018
ତେବେ ବାତ୍ୟା ‘ଗାଜା’ ଗୁରୁବାର ରାତି ସୁଦ୍ଧା ସ୍ଥଳଭାଗ ଛୁଇଁବା ସହ ପାଖାପାଖି ୧୦୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହାର ପ୍ରଭାବରେ ତାମିଲନାଡୁ ସମେତ ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳ ବହୁଳ ମାତ୍ରାରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ତାମିଲନାଡୁର ତାଞ୍ଜାବୁର , ତିରୁବରୁର , ପୁଡୁକୋଟ୍ଟାଇ , ନାଗାପଟନମ ଓ ରାମନାଥପୁରମ ଜିଲ୍ଲାରେ ହାଇଆଲର୍ଟ ଜାରି କରଯାଇଛି । ଏହି ସବୁ ଜିଲ୍ଲା ମାନଙ୍କର ଜିଲ୍ଲାପାଳଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଗୁରୁବାର ଦିନ ପାଇଁ ସମସ୍ତ ସ୍କୁଲ , କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି ।
#CycloneGaja IMD Update:
IMD and other models put landfall point at #Nagapattinam today night. It is likely to intensify slightly over next 12 hours. Chances of slight weakening just before landfall. Wind to be 80-90 Kmph gusting to 100 Kmph pic.twitter.com/7yHrH96K9m— Weather@Hyderabad (@Rajani_Weather) November 15, 2018
ସେପଟେ ବାତ୍ୟା ‘ଗାଜା’ ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ଉଦ୍ଧାରକାରୀ ଦଳ । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ନୌସେନାକୁ ମଧ୍ୟ ଡାକରା ଦିଆଯାଇଛି । ସେହିପରି ଏନଡିଆଏଫ . ଏସଡିଆରଏଫ ଓ ରାଜ୍ୟର ଅନ୍ୟାନ୍ୟ ଏଜେନ୍ସି ପ୍ରଭୃତି ବାତ୍ୟା ଗାଜାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି । ତାମିଲନାଡୁ ସରକାରଙ୍କ କହିବା ଅନୁସାରେ ପାଖାପାଖି ୩୦ ହଜାର ୫୦୦ ଶହ ଜଣ ଉଦ୍ଧାରକାରୀ ବାତ୍ୟା ପାଇଁ ତୟ୍ୟାର ହୋଇ ରହିଛନ୍ତି ।
ଅନ୍ୟପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଉଛି । ତେବେ ତାମିଲନାଡୁରେ ସାମ୍ଭାବ୍ୟ ବନ୍ୟାର ମଧ୍ୟ ଆକଳନ କରାଯାଉଛି । ସମସ୍ତ ଜନସାଧାରଣକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସମୁ୍ଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ମାନଙ୍କୁ ନ ଯିବା ଲାଗି ବାରଣ କରାଯାଇଛି ।