ମୁମ୍ବାଇ ( ଏଟିଆର ବ୍ୟୁରୋ): ଦୁନିଆରେ ବେଳେବେଳେ ଏମିତି କିଛି ଘଟଣା ଘଟେ ଯାହାକୁ ବିଶ୍ୱାସ କରି ହୁଏନି କିନ୍ତୁ ଘଟଣା ସତ ହୋଇଥାଏ । ଠିକ ସେମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଏବେ ଘଟିଛି ମୁମ୍ବାଇରେ । ଗତ ୧୪ ବର୍ଷ ତଳେ ଲୋକାଲ ଟ୍ରେନରେ ହଜିଯାଇଥିବା ଏକ ପର୍ସକୁ ଏବେ ପାଇଛି ଜିଆରପି ପୋଲିସ ।
ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ସୂଚନା ଅନୁସାରେ ଗତ ୨୦୦୬ ମସିହାରେ ମୁମ୍ବାଇର ଶିବାଜୀ ଟର୍ମିନାଲରୁ ହେମନ୍ତ ପାଡାଲକର ନାମକ ଜଣେ ଯୁବକ ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ତାଙ୍କ ପର୍ସଟି ହଜି ଯାଇଥିଲା । ସେ ସମୟରେ ହେମନ୍ତ ଏନେଇ ଜିଆରପିରେ କମପ୍ଲେନ କରିଥିଲେ । ପର୍ସଟିରେ ସେ ସମୟରେ ହେମନ୍ତଙ୍କର କିଛି ଜରୁରୀ କାଗଜପତ୍ର ସମେତ ୯୦୦ ଟଙ୍କା ରହିଥିଲା ।
ତେବେ ଦୀର୍ଘ ୧୪ ବର୍ଷ ପରେ ଏବେ ହେମନ୍ତଙ୍କର ସେହି ହଜିଲା ପର୍ସକୁ ପାଇଛି ଜିଆରପି ପୋଲିସ । ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ଜିଆରପି ପକ୍ଷରୁ ତାଙ୍କୁ ଏନେଇ ସୂଚନା ଦିଆଯାଇଥିଲା । ଏବଂ ସେ ଆସି ତାଙ୍କ ହଜିଯାଇଥିବା ପର୍ସକୁ ନେଇ ଯିବାକୁ ଜିଆରପି ପକ୍ଷରୁ କୁହାଯାଇଥିଲା ।
ମାତ୍ର କୋଭିଡ ଚାଲିଥିବାରୁ ନିଜ ପର୍ସ ଆଣିବାକୁ ଯାଇ ପାରି ନାହାନ୍ତି ହେମନ୍ତ । ଆଗାମୀ ଦିନରେ କରୋନା ସଂକ୍ରମଣ ଠିକ ହେଲେ ସେ ମୁମ୍ବାଇ ଯାଇ ଜିଆରପି ପୋଲିସ ଠାରୁ ନିଜର ପର୍ସ ସଂଗ୍ରହ କରିବେ ବୋଲି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ହେମନ୍ତ ।