ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ହଟିବା ପରେ ପ୍ରଥମ ଥର ଶୁକ୍ରବାର ଦିନ ଶ୍ରୀନଗରରେ ୧୮ ହଜାର ଲୋକ ନମାଜ ପାଠ କରିଛନ୍ତି । ଏନେଇ ଜାମ୍ମୁ-କାଶ୍ମୀର ପ୍ରଶାସନ କକ୍ଷରୁ ସୂଚନା ମିଳିଛି । ସେହିପରି ବଡଗାମରେ ୭୫୦୦ ଏବଂ ଅନନ୍ତନାଗ ରେ ୧୧ ହଜାର ଲୋକ ନମାଜ ପାଠ କରିବା ପାଇଁ ଘରୁ ବାହାରକୁ ବାହାରିଛନ୍ତି । ଏଥିରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ରହିଛି ।
ଏନେଇ ପ୍ରଶାସନର କହିବାନୁଯାୟୀ, ନମାଜ ପାଠ କରିବା ପାଇଁ ଛୋଟ ସମୁହ ତଥା ମୋହଲ୍ଲେ ର ମସଜିଦ୍ କୁ ଅନୁମତି ଦିଆଯାଇଛି । ହୁଏତ ବଡ ମସଜିଦ୍ ଭଳି ଜମିୟା ମସଜିଦ୍ ଏବଂ ଇଜରତବାଇ ରେ ଅନୁମତି ମିଳି ନାହିଁ । କାରଣ ଏଠାରେ ଅଧିକ ସଂଖ୍ୟକ ଲୋକ ନମାଜ ପାଠ କରିବା ପାଇଁ ଏକାଠି ହୋଇଥାନ୍ତି ।