ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏବେ ସିବିଆଇ ତଦନ୍ତ ଆରମ୍ଭ ହୋଇ ସାରିଛି । ତାଙ୍କ ମୃତ୍ୟୁ ସହ ଜଡିତ ଥିବା ସବୁ ପ୍ରମାଣ ପାଇବା ପାଇଁ ତଦନ୍ତ କରୁଛନ୍ତି ସିବିଆଇ ଟିମ । ଏବେ ଆଉ ଏକ ଖବର ଜାଣିବାକୁ ମିଳିଛି ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଉପରେ । ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତର ଏକ ବଡ ଖୁଲାସା କରିଛନ୍ତି। ସିବିଆଇର ପଚରାଉଚୁରାରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତର କହିଛନ୍ତି ମୁମ୍ବାଇ ପୋଲିସ ଆମକୁ ଶୀଘ୍ର ପୋଷ୍ଟମର୍ଟମ ସାରିବାକୁ କହିଥିଲେ। ତେଣୁ ପୋଷ୍ଟମର୍ଟମ ଠିକ ଭାବେ ହୋଇ ନଥିଲା । ଆଜି ସିବିଆଇର ଏକ ଟିମ୍ କୁପର ହସ୍ପିଟାଲ ପହଞ୍ଚି ଏଠାରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଟିମ୍ ଜେରା କରିଛି।
ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ କେସ୍ରେ ମୁମ୍ବାଇ ପହଞ୍ଚିଥିବା ସିବିଆଇର ଟିମ୍ ଦ୍ଵିତୀୟ ଦିନ ଅର୍ଥାତ ଶନିବାର ସବୁ ସତ ଜାଣିବା ପାଇଁ ତତ୍ପରତାର ସହ ତଦନ୍ତ କାର୍ୟ୍ୟରେ ଜୁଟିଛନ୍ତି। ସିବିଆଇକୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଶବବ୍ୟବଚ୍ଛେଦର ରିପୋର୍ଟ ମିଳି ଯାଇଥିଲା, ଏହା ପରେ ଶନିବାର ଏକ ଟିମ୍ କୁପର ହସ୍ପିଟାଲ ପହଞ୍ଚିଛି। ହସ୍ପିଟାଲରେ ସୁଶାନ୍ତଙ୍କ ଶବର ପୋଷ୍ଟମର୍ଟମ କରିଥିବା ୫ ଡାକ୍ତରଙ୍କୁ ସିବିଆଇ ପଚରା ଉଚୁରା କରିଛି। କେବଳ ଏତିକି ନୁହେଁ ପୋଷ୍ଟମର୍ଟମ ରିପୋର୍ଟରେ ଅନେକ ପ୍ରକାରର ତ୍ରୁଟି ଥିବା ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ସିବିଆଇର ଟିମ୍ ଡାକ୍ତରଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ଏତେ ତରବରେ କଣ ପାଇଁ କରିଥିଲେ , ତେବେ ଏଥିରେ ସାମିଲ ଜଣେ ଡାକ୍ତର କହିଛନ୍ତି ସେମାନଙ୍କୁ ମୁମ୍ବାଇ ପୋଲିସ ବହୁତ ଶିଘ୍ର ପୋଷ୍ଟମର୍ଟମ ସାରିବାକୁ କହିଥିଲେ ତେଣୁ ସେମାନେ ସୁଶାନ୍ତଙ୍କ ମୃତ୍ୟୁ ଦିନ ୧୪ ତାରିଖ ରାତିରେ ହିଁ ତାଙ୍କ ପୋଷ୍ଟର୍ଟମ କରିଥିଲେ । ଏହି ଉତ୍ତର ଶୁଣିବା ପରେ ସିବିଆ ଟିମର ସନ୍ଦେହ ଆହୁରି ବଢିଛି । ତେଣୁ ଠିକ ଭାବେ ଏହି ମାମଲାର ତଦନ୍ତ ହେବ ବୋଲି ଜଣା ପଡୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024