ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିନକୁ ଦିନ ଏବେ ତୈଳ ଦର ବଢିବାରେ ଲାଗିଛି । ଖାସ କରି ଭାରତୀୟ ବଜାରରେ । ତୈଳ ଦର ଥମିବାରେ ମାନିବାର ନାଁ ନେଉନାହିଁ । ତୈଳ କମ୍ପାନୀମାନେ ପେଟ୍ରୋଲ ଦର ତୃତୀୟ ଥର ବୃଦ୍ଧି କରିଛନ୍ତି । ସେହିପରି ଘରୋଇ ବଜାରରେ ମଧ୍ୟ ଗତ ସପ୍ତାହକ ମଧ୍ୟରେ ତୈଳ ଦର ଛଅ ବଢିଛି।
ଦିଲ୍ଲୀରେ ପେଟ୍ରୋଲ ଦର ୧୬ ପଇସା ବୃଦ୍ଧି ପାଇ ୮୧.୩୫ ଟଙ୍କାରେ ପହଁଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୮.୦୨ ଟଙ୍କା ରହିଛି ।
ତେବେ ଡିଜେଲ ଦର ଗତ ୨୩ ଦିନ ଧରି ସ୍ଥିର ରହିଛି । ପେଟ୍ରୋଲ ଦର ମଧ୍ୟ ଗତ ଜୁଲାଇ ୨୯ ତାରିଖ ଯାଏଁ ସ୍ଥିର ରହିଥିଲା କିନ୍ତୁ ଡିଜେଲ ଦର ଅସ୍ଥିର ଥିଲା । ତେବେ ୨୯ ତାରିଖରୁ ଡିଜେଲ ଦର ସ୍ଥିର ରହିଛି । ଗତ ୧୬ ତାରିଖରୁ ପେଟ୍ରୋଲ ଦର ପୁଣି ବୃଦ୍ଧି ପାଇବାରେ ଲାଗିଥିଲା ।
ଅଗଷ୍ଟ ୧୬ ତାରିଖରୁ ଏବେସୁଦ୍ଧା ପେଟ୍ରୋଲ ଦରରେ ୯୨ ପଇସା ଅଭିବୃଦ୍ଧି ଘଟିଛି । ଦିଲ୍ଲୀ ସରକାର ଗତ ଜୁଲାଇ ୩୦ରେ ପେଟ୍ରୋଲ ଓ ଡିଜେଲ ଉପରେ ୧୩.୨୫ ପ୍ରତିଶତ ଟିକସ୍ ଛାଡ୍ କରିବା ନେଇ ଘୋଷଣା କରିଥିଲେ । ଏହାପରେ ଡିଜେଲ ଦରରେ ୮.୩୬ ପଇସା ହ୍ରାସ ପାଇ ୭୩.୫୬ ଟଙ୍କାରେ ପହଁଚିଥିଲା । ଡିଜେର ଦରରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିବା ବେଳେ ପେଟ୍ରୋଲ ଦରରେ ବୃଦ୍ଧି ପାଇଁ ଲୋକଙ୍କ ଚିନ୍ତା ବଢିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024