ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରିବା ବଜାରରେ ମହଙ୍ଗାମାଡ । ଆକାଶ ଛୁଆଁ ହୋଇଛି ପରିବା ଦର । ଛୁଇଁଲା ବେଳକୁ ଲାଗୁଛି ଡର । କେବଳ ଟମାଟୋ , କାକୁଡି କି ବାଇଗଣ ନୁହେଁ ହାଣ୍ଡିଶାଳୁ ଗାଏବ ହେଲାଣି କଞ୍ଚାଲଙ୍କା ଓ ଅଦା । ବଜାରରେ କଞ୍ଚାଲଙ୍କା କେଜି ୪୦୦ ଏବଂ ଅଦା କେଜି ୩୦୦ ଛୁଇଁଲାଣି । ଅନ୍ୟ ପରିବା ଦର ମଧ୍ୟ ୭୦,୮୦,୯୦,୧୦୦ ରହିଛି ।
ଅନ୍ୟ ରାଜ୍ୟ ଉପରେ ଓଡିଶାର ପରିବା ମାର୍କେଟ ନିର୍ଭର କରୁଥିବା ବେଳେ ସେହି ସବୁ ସ୍ଥାନରୁ ଯୋଗଣ କମିବା ମାତ୍ରେ ଓଡିଶାରେ ପରିବା ଦର ବୃଦ୍ଧି ହେଉଛି । ସେହିପରି ଯୋଗାଣ ବଢିଲେ କମୁଛି ଦର । ପରିବା ଦର ବୃଦ୍ଧି ହେବା ଦ୍ୱାରା ଗରିବ ମଧ୍ୟବିତ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି ।