କଟକ(ଏଟିଆର ବ୍ୟୁରୋ): ବର୍ତ୍ତମାନ ମହାମାରୀ କରୋନାର କରାଳ ରୂପ ସାରା ବିଶ୍ୱରେ ଧ୍ଵନ୍ସର ଲୀଳା ରଚନା କରୁ ଥିବାବେଳେ ଆମ ଦେଶ ଓ ରାଜ୍ୟ ଏହି କରୋନା ରୂପୀ ରାକ୍ଷସର ଶକ୍ତ ପଞ୍ଝାରେ ଅଣନିଶ୍ୱାସୀ ହୋଇପଡିଛି । ଆଜିର ଏହିଭଳି ଦୁଃସ୍ଥିତିରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ଡାକ୍ତର, ପୋଲିସ , ଅଙ୍ଗନବାଡିକର୍ମୀ, ପଞ୍ଚାୟତ ପ୍ରତିନିଧି ଓ ସ୍ବେଛାସେବୀମାନେ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ଓ ସାମ୍ପ୍ରତିକ ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନ କରି ଦେଶ, ରାଜ୍ୟ ତଥା ସାରା ମାନବ ସମାଜ ପ୍ରତି ଏମାନଙ୍କ ସେବା ବଜାୟ ରଖିଛନ୍ତି । ତେବେ ସେତିକି ନୁହେଁ କିଛି ସାଧାରଣ ଲୋକେ ମଧ୍ୟ ଏହି ମହାମାରିକୁ ରୋକିବା ପାଇଁ ପ୍ରଚେଷ୍ଟାରେ ଲାଗି ପଡିଛନ୍ତି । ସେଥିପାଇଁ କୋରୋନା ମହାମାରିର ଏପରି ଦୁଃସ୍ଥିତିରେ ଅତ୍ୟନ୍ତ ସାହସୀକତାର ସହ ବୟସ୍କ, ଦୁସ୍ଥ, ଅସହାୟ, ଅଭାବିଜନଙ୍କୁ କରୋନା ପାଇଁ ସଚେତନ କରିବା, ସାନିଟାଇଜର, ମାସ୍କ, ଶୁଖିଲା ଖାଦ୍ୟ ବାଣ୍ଟିବା ପରି ମହତ କାର୍ୟ୍ୟର ବିଚାର କରିଥିଲେ ଅଭିନେତ୍ରୀ ଓ ସ୍ୱେଚ୍ଛାସେବି ବର୍ଷା ପ୍ରିୟ ଦର୍ଶନୀ । ସେଥି ପାଇଁ ତାଙ୍କୁ ଶ୍ରୀ ବସନ୍ତପୁର ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚୌଧୁରୀବଜ଼ାରସ୍ଥିତ ତାଙ୍କ ନନ୍ଦୀସାହି ବାସଭବନରେ ବିଶିଷ୍ଟ କୋରୋନା ସେବିକା ଭାବେ ସମ୍ମାନ ପ୍ରଦାନ କରାଯାଇଛି । ବର୍ଷାପ୍ରିୟଦର୍ଶିନୀଙ୍କୁ ଟ୍ରଷ୍ଟର ସଦସ୍ୟ ଓ ଅଭିନେତ୍ରୀ ବୁଲବୁଲ ମହାନ୍ତି ମାନପତ୍ର ସହିତ ବାବାଙ୍କ ଅଙ୍ଗବସ୍ତ୍ର ଓ ଶିରିଡ଼ି ସଂସ୍ଥାନରୁ ସତ୍ୟ ଖଡଗରାୟଙ୍କ ଦ୍ୱାରା ପ୍ରକାଶିତ ଓଡ଼ିଆରେ ଅନୁବାଦିତ ସାଇ ସତଚରିତ ପୁସ୍ତିକା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
JUST IN
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଭବାନୀପାଟଣା | 26 Apr 2024
-
ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ଶେଷ ଦିନ | 25 Apr 2024
-
ସକାଳ ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଛୁଇଁଲା ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ଅନୁଗୁଳ | 25 Apr 2024