ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀରୁ ଲକ୍ଷେ୍ନା÷କୁ ଯାଉଥିବା ଶତାଦ୍ଦୀ ଏକ୍ସପ୍ରେସ ଟ୍ରେନରେ ପାର୍ସଲ ବଗିରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ କାହା କୈାଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଟ୍ରେନରୁ ବଗିକୁ ଅଲଗା କରି ନିଆଁକୁ ଆୟତ୍ତ କରିଥିଲେ ।
ହାଇ-ପ୍ରୋଫାଇଲ ଶତାଦ୍ଦୀ ଏକ୍ସପ୍ରେସ ଟ୍ରେନରେ ଲଗେଜ୍ ବଗିରେ ନିଆଁ ଲାଗିବାରେ କାରଣ ଖୋଜାଚାଲିଛି । ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ ବିଭାଗର କର୍ମଚାରୀ କହିଛନ୍ତି ଟ୍ରେନ ପଛରେ ଥିବା ଲଗେଜ କମ୍ ଜେନେରେଟର କାରରେ ନିଆଁ ଲାଗିଯାଇଥିଲା ।
ଗନ୍ତବ୍ୟସ୍ଥଳକୁ ପୁନର୍ବାର ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନୂଆଦିଲ୍ଲୀ-ଲକ୍ଷ୍ନୌ ଶତାବ୍ଦୀ ଏକ୍ସପ୍ରେସ୍’ରୁ ଜେନେରେଟର୍ କାର୍ଟିକୁ ବିଚ୍ଛିନ୍ନ କରାଯାଇଥିଲା।ନିଆଁ ଲିଭିବା ପରେ ପୂର୍ବାହ୍ନ ୮ ଟା ୨୦ରେ ଟ୍ରେନଟି ଗନ୍ତବ୍ୟ ସ୍ଥଳରେ ଯାତ୍ରା ଆରମ୍ଭ କରିଥିବା ଷ୍ଟେସନ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।