ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋରୋନାକୁ ଆଖି ଆଗରେ ରଖି ଓଡିଶା ସରକାର ଚଳିତ ବର୍ଷ ପେଣ୍ଡାଲରେ ବଡ ମୂର୍ତ୍ତି ପୂଜା ନ କରିବା ପାଇଂ ଆଦେଶ ଦେଇଥିଲେ । ସେଥିପାଇଁ କୌଣସି ସ୍ଥାନରେ ଆଜି ଗଣେଶ ପୂଜା ଧୁମଧାମରେ ହୋଇ ନଥିଲା । ସୁରୁଖୁରୁରେ କିଛି ଅନୁଷ୍ଠାନ ମାନଙ୍କରେ ପୂଜା ସମାପ୍ତ ହୋଇଥିଲା କିନ୍ତୁ କରୋନା ଭଳି ମହାମାରୀ ସମୟରେ ପ୍ରବାସୀ ଓଡ଼ିଆ ଭାଇମାନଙ୍କ ଦ୍ଵାରା ସୁଦୂର ସଂଯୁକ୍ତ ଆରବ ଏମିରେଟ୍ସ ସ୍ଥିତ ଆବୁଧାବି ଇଲେକ୍ଟ୍ରାରେ ଗଣେଶ ପୂଜା ଉତ୍ସବ ପାଳନ ହୋଇଛି । ଏହି ପୂଜାରେ ପ୍ରମୁଖ ସଦସ୍ୟ ମାନଙ୍କ ମଧ୍ୟରେ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି, ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ରୋହିତ ସାମଲ, ଅମରଜିତ୍ ଦାସ ରାକେଶ ପଟ୍ଟନାୟକ ଉପସ୍ଥିତି ରହି ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ଅତି ସୁନ୍ଦର ଭାବେ ସଜାଇ ମିଳିତ ଭାବେ ପୂଜାତ୍ସୋବଟିକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ । ବିଦେଶରେ ରହି ମଧ୍ୟ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିଛନ୍ତି ଏମାନେ। ଗଣେଶ ପୂଜାକୁ ସେଠାରେ ସେମାନେ ଅତି ଆନନ୍ଦରେ ପାଳନ କରିଥିଲେ ଓ ଭଗବାନଙ୍କ ଆଶୀର୍ବାଦ ସହ ଆତ୍ମସନ୍ତୋଷ ଏବଂ ଦିବ୍ୟ ଶାନ୍ତିଲାଭ କରିଥିବା ଅନ୍ୟ ଏକ ସଦସ୍ୟ ରୋହିତ ସାମଲ କହିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024