ଭୁବନେଶ୍ୱର,୧୪ା୨(ବ୍ୟୁରୋ): ଭାଇରାଲ ହେଉଛି ଗୋଟିଏ ପରେ ଗୋଟିଏ ଫଟୋ । ଜଣେ ବିବାହିତା ମହିଳା ବା ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅର ଏଭଳି ଭାଇରାଲ ଫଟୋକୁ ନେଇ ସବୁଠି ଚର୍ଚ୍ଚା । କିଏ ସେହି ପୁଲିସ ଅଫିସର? ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । ତେବେ ଯେଉଁ ଫଟୋ ଭାଇରାଲ ହୋଇଛି ସେହି ଫଟୋରେ ପୁଲିସ ବାବୁ ଝିଅଙ୍କ ସହ ତାଙ୍କ ପ୍ରେମିକ ମଧ୍ୟ ଅଛନ୍ତି । ଯିଏ କି’ ଦିଲ୍ଲୀରେ ଏକ ଆଇଟି ସଂସ୍ଥାରେ କାମ କରନ୍ତି ବୋଲି ଖବର ମିଳିଛି ।
ସେପଟେ ଏଟିଆର ନ୍ୟୁଜ୍ ଲଗାତାର୍ ଏନେଇ ଖବର ପକାଶ କରି ଚାଲିଛି । କିନ୍ତୁ ପୁଲିସ ଆଦୌ କୌଣସି ପଦକ୍ଷେପ ନେଉ ନାହିଁ । ଯାହାକୁ ନେଇ ଉଠିଛି ପ୍ରଶ୍ନ? ବଡ଼ ଘର ବଡ଼ ଗୁମର କଥାକୁ ଚାପି ରଖିବାକୁ ପୁଲିସ ଉଦ୍ୟମ ଚଳାଇଥିବା ଆଲୋଚନା ହେଉଛି । ଏପଟେ କିନ୍ତୁ ଭାଇରାଲ ଫଟୋ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । ଭୁବନେଶ୍ୱରର ଏକ ହୋଟେଲରେ ଉଠିଛି ସମସ୍ତ ଭାଇରାଲ ଫଟୋ ।
ନିକଟରେ ଏହି ଘଟଣାକୁ ଗୁରୁତର ସହ ନେବା ଲାଗି ପୁଲିସ ଡିଜି ତାଗିଦ୍ କରିଥିଲେ । ଏଫରିସ୍ଥଳେ ଜଣେ ପୁଲିସ ଅଧିକାରୀଙ୍କ ଝିଅ ଫଟୋ ଭାଇରାଲ ହେବା ଆଉ ଏଥିରେ ପୁଣି ପୁଲିସ ଚୁପ ବସିବା କଥାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସହରବାସୀ ।
ଏଠାରେ ସୂଚନାଯୋଗ୍ୟ, କେବଳ ସେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଝିଅ ନୁହନ୍ତି ବରଂ ଜଣେ ପ୍ରଶାସନିକ ଅଧିକାରୀଙ୍କ ସ୍ତ୍ରୀ ମଧ୍ୟ । ତେବେ କେଉଁ କାରଣରୁ ଜଣେ ବିବାହିତ ଓ ସଂସ୍କାରି ଘରର ଝିଅ ପୂର୍ବତନ ପ୍ରେମିକ ସହ ସମ୍ପର୍କ ରଖିବା ପୁଣି ସେହି ଫଟୋ ଭାଇରାଲ ହେବା ପଛର ଅସଲ କାରଣ ଏବେ ବି ଅସ୍ପଷ୍ଟ । ଶୁଣାଯାଉଛି ମତାନ୍ତର ଯୋଗୁ ଏଭଳି ଘଟଣା ସାମ୍ନାକୁ ଆସିଛି । ତୁରନ୍ତ ଏହା ଉପରେ ତଦନ୍ତ କରାଗଲେ ସବୁ ସତ ସାମ୍ନାକୁ ଆସିବ ।