ବାଙ୍ଗାଲୋର (ଏଟିଆର ବ୍ୟୁରୋ) ; ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ସନ୍ତାନକୁ ନିଜ ହାତରେ ମାରିଦେଲା ରାକ୍ଷସୀ ମା । ଏଭଳି ଏକ ଅଭାବ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଙ୍ଗାଲୋର ଜୁହୁତାରା ରୋଡ ଅନ୍ତର୍ଗତ ଶିବାଜୀ ନଗରରେ । ସୂଚନା ମୁତାବକ ଗତ ସୋମବାର ରୀନା ଆୟାର ନାମକ ଜଣେ ମହିଳା ମୂଷାମରା ଔଷଧ ଖୁଆଇ ଦେବାରୁ ମଙ୍ଗଳବାର ଦିନ ନିଜର ୫ ବର୍ଷର ପୁଅ ହର୍ଷର ମୃତ୍ୟୁ ହୋଇଛି । ତେବେ ହର୍ଷକୁ ଗୁରୁତର ଅବସ୍ଥାରେ ଜୁହୁସ୍ଥିତ କୁପର ଡାକ୍ତରଖାନାରେ ଭତ୍ତି କରିଥିଲେ ମଧ୍ୟ ମୂଷାମରା ଔଷଧ ଲିଭରକୁ ଅକାମି କରିଦେଇଥିଲା । ଫଳରେ ଚିକିତ୍ସାଧିନ ଅବସ୍ଥାରେ ହର୍ଷର ମୃତ୍ୟୁ ହୋଇଥିଲା । ଏହା ଖବର ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ରୀନାଙ୍କ ନାଁରେ ନରହତ୍ୟା ମାମଲା ରୁଜୁ କରିଛି ।
ଦାମ୍ପତ୍ୟ ଜୀବନରେ ପାରିବାରିକ କଳହ ପାଇଁ ଶେଷରେ ୫ ବର୍ଷର ଛୁଆର ଜୀବନ ଚାଲିଯାଇଛି । ମିଳିଥିବା ସୂଚନା ମୁତାବକ ଜୁହୁତାରା ରୋଡ ଅନ୍ତର୍ଗତ ଶିବାଜୀ ନଗରରେ ସ୍ୱାମୀଙ୍କ ରାଜେଶଙ୍କ ସହ ରହୁଥିଲେ ରୀନା । ରାଜେଶ ଜଣେ ସେଲ ଫୋନ ସର୍ଭିସ ପ୍ରୋଭାଇଡରଙ୍କ ପାଖରେ କାମ କରୁଛନ୍ତି । ଏଣୁ ଅଳ୍ପ ରୋଜଗାରରେ ପରିବାର ବହୁ କଷ୍ଟରେ ଚଳୁଥିବା ବେଳେ ଘର ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲେ ରୀନା । ତେବେ ପାଖରେ ପଇସା ନଥିବାରୁ ଦେବାକୁ ମନା କରିଥିଲେ ରାଜେଶ । ଏହାପରେ ରାଗରେ ରାତି ସାଢ଼େ ୧୦ଟାରେ ନିଜର ବଡ ପୁଅ ହର୍ଷକୁ ଧରି ଘରୁ ପଳେଇଥିଲେ ରୀନା ।
ରାତି ୧୧ଟା ବେଳେ ଗୋଟେ ଦୋକାନକୁ ଯାଇ ବିଷ କିଣିଥିଲେ ରୀନା । ଏହି ବିଷକୁ ପ୍ରଥମେ ନିଜେ ଖାଇବା ପରେ ହର୍ଷକୁ ଖୁଆଇଥିଲେ ମା ରୀନା । ଘଟଣାସ୍ଥଳରେ ପଡି ରହିଥିବା ମା ପୁଅଙ୍କୁ ଉଦ୍ଦାର କରି ଡାକ୍ତରଖାନାରେ ଭତ୍ତି କରିଥିଲେ ସ୍ଥାନୀୟ ଲୋକ । ବିଷ ଅଧିକ ପରିମାଣରେ ଦେହରେ ଚରି ଯାଇଥିବାରୁ ଆଇସିୟୂ ଭିତରେ ପୁଅର ମୃତ୍ୟୁ ହୋଇଥିବା ବେଳେ ଡାହାଣୀ ମା ରୀନା ବଞ୍ଚିଯାଇଥିଲେ ମଧ୍ୟ ଏବେ ଆଇସିୟୂରେ ଭତ୍ତି କରାଯାଇଛି ।